Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧୋନୀ ସେନାବାହିନୀରେ ଯୋଗଦେବା ଓ ଖେଳରୁ ସନ୍ୟାସ ନେବା ଏହି ଦୁଇଟି କଥାକୁ ନେଇ ଏମିତି ମନ୍ତବ୍ୟ ଦେଲେ ହର୍ଷ ଭୋଗଲେ

22/07/2019 at 6:25 PM

ନୂଆଦିଲ୍ଲୀ୨୨|୭: ବିଶ୍ବକପରେ ଧୋନୀଙ୍କ ପ୍ରଦର୍ଶନ ଭଲ ନଥିବାରୁ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଏହି ସମୟରେ କ୍ରିକେଟ କମେଣ୍ଟେଟର ତଥା ସମୀକ୍ଷକ ହର୍ଷ ଭୋଗଲେ ଟ୍ବିଇଟକରି ଧୋନୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଧୋନୀଙ୍କ ଦକ୍ଷତାକୁ ନେଇ ବିଭିନ୍ନ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ବୋଲି ବିସିସିଆଇକୁ ସେ ଜଣାଇଦେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ବରଂ ତିନି ମାସ ସେନା ବାହିନୀ ସହ ବିତାଇବେ ବୋଲି ସେ କହିଛନ୍ତି। ଧୋନୀଙ୍କ ଏହି ନିଷ୍ପତ୍ତି ପରେ ହର୍ଷ ଭୋଗଲେ ଟ୍ବିଇଟକରି ପ୍ରତିକ୍ରିୟା ରଖିଛନ୍ତି।

 ହର୍ଷ ଭୋଗଲେ ପ୍ରଥମ ଟ୍ବିଇଟ ଳେଖିଛନ୍ତି, ଜୀବନର ଏହି ସମୟରେ ଅଚାନକ ଧୋନୀ ସେନାବାହିନୀରେ ଯୋଗଦେବା ନଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବୟସ ସହିତ ମଣିଷର ପ୍ରାଥମିକତା ବି ପରିବର୍ତ୍ତନ ହୋଇଥାଏ। ଓ୍ବେଷ୍ଟଇଣ୍ଡିଜ ଗସ୍ତପରେ ଟିମ ଇଣ୍ଡିଆ ସେପ୍ଟେମ୍ବର ମାସରେ ସାଉଥ୍ ଆଫ୍ରିକା ଗସ୍ତ କରିବ। ତେଣୁ ଆଶା କରେ ଚୟନ କର୍ତ୍ତା ଧୋନୀଙ୍କ ସହ ବରାବର୍ ଆଲୋଚନା କରୁଥିବେ ବୋଲି ହର୍ଷା ଭୋଗଲେ ପ୍ରଥମ ଟ୍ବିଇଟରେ ଲେଖିଥିଲେ।

ଦ୍ବିତୀୟ ଟ୍ବିଇଟରେ ଭୋଗଲେ ଲେଖିଛନ୍ତି, ସବୁ ଖେଳାଳିଙ୍କ ପାଖରେ ମ୍ୟାଚ ଖେଳିବାର ସୁଯୋଗ ରହିଛି। ଯେଉଁ ଖେଳାଳି  ଚାହିଁବେ ସେ ନିଜ ଭବିଷ୍ୟତ ଖେଳି ପାରିବେ ହେଲେ ଧୋନୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ବୋଲି ସେ ନିଜ ତଫରୁ ମନା କରିଥିଲେ। ତେଣୁ ଧୋନୀଙ୍କ ଏହିଭଳି ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ୍ ବୋଲି ହର୍ଷା ଟ୍ବିଇଟ କରିଥିଲେ।

ଗତକାଲି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରାସାଦ କହିଛନ୍ତି, ଧୋନୀ ଜଣେ ଅନୁଭବି ଖେଳାଳି ତେଣୁ ସେ କେବେ ଖେଳରୁ ସନ୍ୟାସ  ତାଙ୍କୁ ଜଣା ଅଛି। ଧୋନୀଙ୍କ ସନ୍ୟାସ ବାବଦରେ  ଆଉ ଆଲୋଚନା କରିବା ଠିକ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି, ଆଗାମୀ ଟି-୨୦ ବିଶ୍ବକପକୁ ଆଖି ସାମ୍ନାରେ ରଖି ଖେଳାଳି ଚୟନ କରାଯାଇଛି। ଋଷଭ ପନ୍ଥଭଳି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ। ବିଶ୍ବକପ ପରେ ଯୁବ ଖେଳାଳି ସୁଯୋଗ ପାଇବା ଉଚିତ ବୋଲି ଏମଏସକେ ପ୍ରସାଦ କହିଛନ୍ତି।

   Related Posts