Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଟିକା ଅଭାବକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ, କହିଲେ ନିଜର ବିଫଳତା ଲୁଚାଉଛନ୍ତି ରାଜ୍ୟ

8/04/2021 at 8:40 AM

ନୂଆଦିଲ୍ଲୀ ୮/୪: ଦେଶରେ ଜାରି ରହିଛି ଟିକାକରଣ । ତେବେ ବିଭିନ୍ନ ରାଜ୍ୟରେ ଏବେ ଦେଖାଦେଇଛି ଟିକାର ଅଭାବ । ଓଡ଼ିଶା, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବାରାଣାସୀରେ ଭ୍ୟାକସିନ୍ ଅଭାବରୁ ଅଧିକାଂଶ ଟିକା କେନ୍ଦ୍ର ବନ୍ଦ ହେବାରେ ଲାଗିଛି । ମହାରାଷ୍ଟ୍ରରେ ବି ସମାନ ଅବସ୍ଥା ।

ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ନାହିଁ । ଟିକା ନେବାକୁ ଆସୁଥିବା ଲୋକଙ୍କୁ ଫେରାଇବାକୁ ପଡୁଛି । ଅଧିକାଂଶ କେନ୍ଦ୍ର ବନ୍ଦ ହୋଇ ପଡିଛି । ବାଧ୍ୟ ହୋଇ ଆମେ କେନ୍ଦ୍ର ସରକାରଙ୍କୁ ଭ୍ୟାକସିନ୍ ପଠାଇବାକୁ ଅନୁରୋଧ କରୁଛି । ଆନ୍ଧ୍ର ଓ ଝାଡଖଣ୍ଡ ସରକାର ତରଫରୁ ଆହୁରି ଟିକା ପଠାଇବାକୁ ଚିଠିରେ କୁହାଯାଇଛି । ସେପଟେ ଟିକା ଅଭାବୀକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ । ସେ କହିଛନ୍ତି ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି ଅନେକ ରାଜ୍ୟ । ଦରକାର ଠାରୁ ଅଧିକ ଟିକା ଦାବି କରିଥିଲେ ଅନେକ ରାଜ୍ୟ । ସେତିକି ଟିକା ନ ଦିଆଯିବାରୁ ଏପରି ଆରୋପ କେନ୍ଦ୍ର ଉପରେ ଲଦିଦିଆଯାଉଛି । ଦିଲ୍ଲୀ, ମହାରାଷ୍ଟ୍ର ଓ ପଞ୍ଜାବକୁ ଟିକାକରଣ ସ୍ପିଡ୍ ବଢାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ରାଜ୍ୟ ମାନଙ୍କରେ ଦରକାର ଠାରୁ କମ୍ ଟିକା ଦିଆଯାଉଛି ।

   Related Posts