Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମହୁମାଛିଙ୍କ ଉପରେ ପଡୁଛି ପାଣିପାଗର ପ୍ରଭାବ,ମହୁ ଉତ୍ପାଦନ ୪୦% ହ୍ରାସ

8/03/2020 at 1:03 PM

ନୂଆଦିଲ୍ଲୀ :  ପାଣିପାଗ ପରିବର୍ତ୍ତନର ପ୍ରଭାବ ମହୁ ମାଛିଙ୍କ ଉପରେ ବି ପଡୁଛି। ବିହାର କୃଷି ବିଶ୍ୱବିଦ୍ୟାଳୟର ହନି ପ୍ରଡକ୍ସନ ୟୁନିଟ୍ ନୋଡାଲ ଅଫିସର ଡା. ରାମାନୁଜ ବିଶ୍ୱକର୍ମା ପ୍ରଥମ ଥର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଖରାପ ପାଗ ଋତୁକାଳୀନ ପନିପରିବା ଓ ଫୁଲକୁ ପ୍ରଭାବିତ କରୁଛି। ଏଣୁ ମହୁ ମାଛିମାନେ କରୁଥିବା ମହୁଫେଣା ପୁରଣ କରିବାରେ ବିଫଳ ହେଉଛନ୍ତି।

ଚଳିତବର୍ଷ ପାଗ ଖରାପ ହେବା ଯୋଗୁ ସୋରିସ ଫସଲ ଭଲ ହୋଇ ନାହିଁ। ଏଣୁ ମହୁମାଛିଙ୍କ ମହୁଫେଣାରେ ଥିବା ମହୁ ବାକ୍ସ ଅଧା ଥିବା କହିଛନ୍ତି ଡା.ବିଶ୍ୱକର୍ମା। ଖରାପ ପାଗ ଯୋଗୁ ଚଳିତବର୍ଷ ପ୍ରାୟ ୪୦ ପ୍ରତିଶତ ମହୁ ଉତ୍ପାଦନ ହ୍ରାସ ହୋଇଥିବା ନୋଡାଲ ଅଫିସର କହିଛନ୍ତି। ପାଗ ଯୋଗୁ ତାପମାତ୍ରା ବଢିବା କମିବା ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ସେ କହିଛନ୍ତି।

ବିପରୀତ ପାଗ ଯୋଗୁ ଫୁଲରେ ରସ ରହୁନାହିଁ। ଏଣୁ ମହୁମାଛିଙ୍କ ପରିଶ୍ରମ ବ୍ୟର୍ଥ ହୋଇଛି। ଜାନୁୟାରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସୋରିସ ଖେତରେ ଫୁଲ ରହିଥାଏ। ହେଲେ ଚଳିତବର୍ଷ ବ୍ୟତିକ୍ରମ ଦେଖାଦେଇଛି। ଯେଉଁ ବାକ୍ସରୁ ୧୦ କେଜି ମହୁ ମିଳିବା କଥା ସେଥିରୁ ୪ରୁ ୬ କେଜି ପର୍ଯ୍ୟନ୍ତ ମହୁ ମିଳିଛି। କେବଳ ସୋରିସ ନୁହେଁ ପାଗର ପ୍ରଭାବ  ସଜନା ଉପରେ ବି ପଡିଛି। ଚଳିତବର୍ଷ ଅଧିକ ଥଣ୍ଡା ଓ କୁହୁଡି ଯୋଗୁ ସଜନା ଫୁଲ ଅସମୟରେ ଝରିପଡିଥିଲା। ଏଣୁ ମହୁ ଉତ୍ପାଦନ ପ୍ରଭାବିତ ହୋଇଥିବା ଡା.ବିଶ୍ୱକର୍ମା କହିଛନ୍ତି।

ନୋଡାଲ ଅଫିସରଙ୍କ ଅନୁସାରେ ଡିସେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ସୋରିସ, ସଜନା ଓ ଧନିଆ ସାଙ୍ଗକୁ ଅନ୍ୟ ଋତୁକାଳୀନ ଫୁଲରୁ ମହୁମାଛି ମହୁ ସଂଗ୍ରହ କରିଥାନ୍ତି। ସେହିପରି ମାର୍ଚ୍ଚ ଓ ଏପ୍ରିଲେ ଲିଚୁ, ଆମ୍ବ ଓ ଅନ୍ୟ ଋତୁକାଳୀନ ଫଳର ବଉଳରୁ ମହୁମାଛି ମହୁ ସଂଗ୍ରହ କନ୍ତି। ସେହିପରି ଖରାଦିନ ଜାମୁ, ମହୁଲ ଓ ତାଳରୁ ମହୁମାଛି ମହୁ ସଂଗ୍ରହ କରିଥାନ୍ତି। ତେବେ ବର୍ଷ ଆରମ୍ଭରୁ ମହୁ ଉତ୍ପାଦନ ହ୍ରାସ ବିହାରର ମହୁ ଚାଷୀଙ୍କୁ ପ୍ରଭାବିତ କରିଥିବା ନାଡାଲ ଅଫିସର ଡା। ବିଶ୍ୱକର୍ମା କହିଛନ୍ତି।

   Related Posts