ଏଲୋପାଥି ମେଡିସନ୍‌ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ରାମଦେବ, ଚିଠି ଲେଖି ଏମିତି ଦାବି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

Published By : Prameya-News7 Bureau | May 23, 2021 IST

ନୂଆଦିଲ୍ଲୀ ୨୩/୫: ଯୋଗ ଗୁରୁ ବାବା ରାମଦେବଙ୍କ ପାଇଁ ଅଡ଼ୁଆ ବଢ଼ିଲା। ଏଲୋପାଥି ମେଡିସିନକୁ ନେଇ ବିବାଦୀୟ ବୟାନ ଦେବା ପ​‌ରେ ଏବେ ବାବାଙ୍କୁ ବାନ୍ଧିବାକୁ ଦାବି ତେଜିଛି। ଶନିବାର ଏନେଇ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲା। ଏହା ପରେ ରାମଦେବଙ୍କୁ  ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ତାଗିଦ କରିଥିବା ଜଣାପଡ଼ିଛି। ରବିବାର ରାମଦେବଙ୍କୁ ଚିଠି ଲେଖି ଭୁଲ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନ କରିବାକୁ ଦାବି କରିଛନ୍ତି ହର୍ଷବର୍ଦ୍ଧନ।

କରୋନା ଲଢ଼େଇ ସମୟରେ ରାମଦେବଙ୍କ ମନ୍ତବ୍ୟ ଡାକ୍ତରଙ୍କ ପ୍ରତି ଅପମାନଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ତେବେ ବାବା ରାମଦେବଙ୍କ ମନ୍ତବ୍ୟ ଭାଇରାଲ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଡାକ୍ତର। ଏହା ପରେ ପତଂଜଳୀ ଯୋଗପୀଠ ପକ୍ଷରୁ ରାମଦେବଙ୍କ ମନ୍ତବ୍ୟ କାହାକୁ ଆଘାତ ଦେବା ଭଳି ନଥିଲା ବୋଲି କହିଥିଲା। ରାମଦେବଙ୍କୁ ଦେଇଥିବା ଚିଠିରେ ହର୍ଷବର୍ଦ୍ଧନ ଲେଖିଛନ୍ତି, ‘ଏଲୋପାଥି ଔଷଧ ଏବଂ ଡାକ୍ତରଙ୍କ ଉପରେ ଆପଣ କରିଥିବା ଟିପ୍ପଣୀ ଦେଶବାସୀଙ୍କୁ ଆଘାତ ଦେଇଛି। ଲୋକଙ୍କ ଭାବନାକୁ ନେଇ ଫୋନ୍‌ରେ ମୁଁ ଆପଣଙ୍କୁ ଅବଗତ କରାଇଥିଲି। କରୋନା ବିରୋଧରେ ଦିନ ରାତି ଯୁଦ୍ଧ କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ଦେବତୂଲ୍ୟ। ଆପଣ ନିଜର ମନ୍ତବ୍ୟରେ କରୋନା ଯୋଦ୍ଧାଙ୍କୁ ଅପମାନ କରିଛନ୍ତି।  ଏହା ସହ ଦେଶବାସୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। କାଲି ଆପଣ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି ତାହା ଲୋକଙ୍କ ଆଘାତରେ ମଲମ ଭାବେ କାମ କରିବାରେ ବିଫଳ ହୋଇଛି।’

wp:embed {"url":"https://twitter.com/ANI/status/1396456072332726273","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1396456072332726273
/wp:embed

ଏହା ସହ ସେ ଆହୁରି ଲେଖିଛନ୍ତି, ‘ ଏଲୋପାଥି ମେଡିସିନ୍‌ ଯୋଗୁ ଲକ୍ଷ ଲକ୍ଷ କରୋନା ରୋଗୀ ମରୁଥିବା ନେଇ  ଆପଣଙ୍କ ମନ୍ତବ୍ୟ ଦୁର୍ଭାଗ୍ୟପୂର୍ଣ୍ଣ।  କରୋନା ବିରୋଧରେ ଲଢ଼େଇ ସାମୂହିକ ଭାବେ ସମ୍ଭବ ହେବ। ଏହାକୁ ଆମେ ଭୁଲିବା କଥା ନୁହେଁ। ଏହି ସମୟରେ ଆମ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ଯେଉଁଭଳି ନିଜ ଜୀବନକୁ ବାଜି ଲଗାଇ ମାନବ ସେବା କରୁଛନ୍ତି ତାହା ସମାଜ ପ୍ରତି ଅତୁଳନୀୟ ଅବଦାନ।’

ଏହା ସହ କରୋନା ଚିକିତ୍ସା କ୍ଷେତ୍ରରେ ଏଲୋପାଥି ମେଡିସିନ୍‌ ବେକାର ଏବଂ ଦେବାଳିଆ କହିବା ଦୁର୍ଭାଗ୍ୟପୂର୍ଣ୍ଣ। ଆପଣଙ୍କ ବୟାନ ଡାକ୍ତରଙ୍କ ମନୋବଳ ଭାଙ୍ଗିବା ସହ କରୋନା ବିରୋଧୀ ଲଢ଼େଇକୁ କମଜୋର କରିପାରେ। ଆଶା ଅଛି ଆପଣ ଏହାକୁ ଗମ୍ଭୀରତାର ସହ ନେଇ ନିଜର ଆପତ୍ତିଜନକ ମନ୍ତବ୍ୟକୁ ନେଇ କ୍ଷମାପ୍ରାର୍ଥନା କରିବେ ବୋଲି ହର୍ଷବର୍ଦ୍ଧନ ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.