ଭଲ ଖବର: ଭାରତରେ ୨୦୨୧ ପ୍ରାରମ୍ଭରେ ଉପଲବ୍ଧ ହୋଇପାରେ କରୋନା ଟିକା, କହିଲେ- ସ୍ବାସ୍ଥ୍ୟ ମନ୍ତ୍ରୀ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦: କରୋନା ମାମଲା ବଢ଼ୁଥିବା ବେଳେ ଇତିମଧ୍ୟରେ ଭାକସିନକୁ ନେଇ ଭଲ ଖବର ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି (ମଙ୍ଗଳବାର) କହିଛନ୍ତି ଭାରତରେ କରୋନା ଟିକା ୨୦୨୧ ପ୍ରାରମ୍ଭରେ ଉପଲବ୍ଧ ହେବା ନେଇ ଆଶା ରହିଛି। ଏବେ ବିଶେଷଜ୍ଞ ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ଯେ ଦେଶବ୍ୟାପି ଭାକସିନ ବିତରଣ କିଭଳି କରାଯିବ।

ମନ୍ତ୍ରୀ ସମୂହଙ୍କ ବୈଠକରେ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ‘ଆସନ୍ତାବର୍ଷ ପ୍ରାରମ୍ଭରେ ବିପୁଳ ମାତ୍ରାରେ ଦେଶକୁ ଟିକା ମିଳିବ। ଆମ ବିଶେଷଜ୍ଞମାନେ ଏବେ ନେଇ ବିତରଣ ରଣନୀତି ଆରମ୍ଭ କରିଛନ୍ତି।’

ଭାରତରେ କୋଭିଡ ମାମଲା ୭୧ ଲକ୍ଷରୁ ଅଧିକ ହୋଇଥିବା ବେ​‌ଳେ ଏମିତି ଏକ ଆଶ୍ବସ୍ତିଖବର ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଆଜି ପାଖାପାଖି ୨ମାସରେ ସବୁଠୁ କମ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସର ୫୫୩୪୨ ପଜିଟିଭ ମାମଲା ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.