Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଲକଡାଉନ୍‌ରେ ଶିଶୁଙ୍କ ଲାଗି ହ୍ୟାରିପୋର୍ଟର ଲେଖିକା ଜେ.କେ.ରୌଲିଂ ଅନଲାଇନ୍‌ ଫ୍ରିବୁକ୍

27/05/2020 at 7:30 PM

ଏଡିନବର୍ଗ୨୭।୫: ଶିଶୁ ଉପନ୍ୟାସ୍ ଲେଖିକା ଜେ.କେ.ରୌଲିଂ ତାଙ୍କ ନୂଆ ସୃଜନ ‘ଇକାବଗ୍’କୁ ଲକଡାଉନରେ ଘରେ ରହୁଥିବା ପିଲାଙ୍କ ଲାଗି ଉତ୍ସର୍ଗ କରିଛନ୍ତି।  ଘରେ ରହି ରହି ବିରକ୍ତ ହୋଇଯାଇଥିବା ଶିଶୁଙ୍କର ଇକାବଗ ବେଶ ମନୋରଞ୍ଜନ କରିବ ବୋଲି ରୌଲିଂ ଆଶାବ୍ୟକ୍ତ କରିଛନ୍ତି। ଅନଲାଇନ୍‌ରେ ପିଲାମାନେ ତାଙ୍କର ଏହି ଗପ ବହିକୁ ନିଶୁଳ୍କରେ ପଢିପାରିବେ।

ରୌଲିଂର ନୂଆ ଶିଶୁ କଥା ଏକ ପରି କାହାଣୀ। ଯାହା ପିଲାଙ୍କ ମନକୁ ବେଶ୍ ଛୁଇଁବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି କାହାଣି ବହିକୁ ସେ ଆଗାମୀ ନଭେମ୍ବରରେ ପ୍ରକାଶନ କରିବାକୁ ଯୋଜନା କରିଛନ୍ତି। ତେବେ ପ୍ରକାଶନ ପୂର୍ବରୁ ପିଲାଙ୍କ ମନୋରଞ୍ଜନ ଲାଗି ଅନଲାଇନ୍‌ ଫ୍ରିବୁକ୍ ତାଙ୍କର ଏକ ଉଦ୍ୟମମାତ୍ର ବୋଲି କହିଛନ୍ତି। ରୌଲିଂଙ୍କ ରଚିତ ଅନ୍ୟ ପୁସ୍ତକ ସହ ଏହି ନୂଆ କାହାଣୀ ବହିର କୌଣସି ସାମଞ୍ଜସ୍ୟ ନାହିଁ ଓ ଏହା ସମ୍ପୂର୍ଣ୍ଣ କାଳ୍ପନିକ।

ମଙ୍ଗଳବାରଠାରୁ ସେ ଅନଲାଇନରେ କାହାଣୀର ଗୋଟିଏ ଗୋଟିଏ ଅଧ୍ୟାୟ ଉପଲବ୍ଧ କରୁଛନ୍ତି, ଯାହା ପିଲାମାନେ ୩୪ ଦିନ ପର୍ଯ୍ୟନ୍ତ ପଢିପାରିବେ ବୋଲି କହିଛନ୍ତି। ଅତୀତରେ ରୌଲିଂଙ୍କର ହ୍ୟାରିପୋର୍ଟର ବେଶ ଲୋକପ୍ରିୟ ହୋଇଥିଲା। କେବଳ ହ୍ୟାରିପୋର୍ଟର ନୁହେଁ କାଜୁଆଲ ଭ୍ୟାକେନ୍ସି, କୁକୋସ କଲିଂ ଭଳି ଅନେକ ଶିଶୁ ଉପନ୍ୟାସ ଲେଖିଛନ୍ତି। ତେବେ ଇକାବଗକୁ ଏକ ଭିନ୍ନ ସ୍ୱାଦର ଉପନ୍ୟାସ ବୋଲି ରୌଲିଂ କହିଛନ୍ତି। କ୍ଷମତାର ଅପପ୍ରୟୋଗ ଓ ଏହାର ଦୁସ୍ପରିଣାମ ହିଁ ଏହି ନୂଆ ଉପନ୍ୟାସର ମୂଳ ଆଧାର ବୋଲି କହିଛନ୍ତି ରୌଲିଂ।

ତେବେ ପିଲାମାନେ କେବଳ ଅନଲାଇନରେ ପୁସ୍ତକ ପଢିଲେ ହେବନି ଏହି କାହାଣୀକୁ ନେଇ ସେମାନଙ୍କ ସୃଜନଶୀଳତାକୁ ମଧ୍ୟ ପ୍ରକାଶ କରନ୍ତୁ ବୋଲି ଲେଖିକା କହିଛନ୍ତି। କାହାଣୀକୁ ଆଧାର କରି ଚିତ୍ର ପଠାଇବାକୁ ମଧ୍ୟ ପିଲାଙ୍କୁ ଅନୁରୋଧ କରିଛନ୍ତି। ଯାହାର ଚିତ୍ର କାହାଣୀ ଅନୁରୂପ ଥିବା ପୁସ୍ତକର ଛପା ସଂସ୍କରଣରେ ତାଙ୍କ ଛବି କାହାଣୀ ସହ ଚିତ୍ରିତ ହେବ ବୋଲି ମଧ୍ୟ ରୌଲିଂ ପିଲାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।  

   Related Posts