Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସୋସିଆଲ୍‌ ମିଡିଆ ଛାଡ଼ିଲେ ହ୍ୟାରି ଓ ମେଗାନ୍‌, ବିସ୍ମିତ କଲା ‘ମେଗ୍‌ଜିଟ୍‌’ ପ୍ଳାନ୍‌

10/01/2021 at 6:23 PM

ଓ୍ବାସିଂଟନ ୧୦/୦୧: ସୋସିଆଲ ମିଡିଆକୁ ସବୁଦିନ ପାଇଁ ବାଏ ବାଏ କଲେ ପ୍ରିନ୍ସ ହ୍ୟାରି ଓ ମେଗାନ୍‌ ମର୍କେଲ। ଅନଲାଇନ୍‌​‌ରେ ରହିବାକୁ ନାପସନ୍ଦ କରିବା ସହ ସେମାନଙ୍କୁ ଲୋକେ ଘୃଣା ମନୋଭାବ ପୋଷଣ କରୁଥିବାରୁ ରାଜ ଦମ୍ପତି ଆଉ ଥରେ ସୋସିଆଲ ମିଡିଆକୁ ଫେରିବାକୁ ଚାହୁଁନଥିବା ଦି ଟାଇମ୍ସ ଅଫ ଲଣ୍ଡନରେ ପ୍ରକାଶ ପାଇଛି।

ରାଜ ପରିବାର ଛାଡ଼ିବା ପରେ ସେମାନଙ୍କ ପାଇଁ ସୋସିଆଲ ମିଡିଆ ଏକ ମାତ୍ର ମନୋରଞ୍ଜନର ଖୋରକ ଥିଲା। ତେବେ ସୋସିଆଲ ମିଡିଆ ଛାଡ଼ିବା ନେଇ ଚାଞ୍ଚଲ୍ୟକର ନିଷ୍ପତ୍ତି ଇନଷ୍ଟାଗ୍ରାମ ପୋ​‌ଷ୍ଟ ମାଧ୍ୟମରେ ଜଣାଇଥିଲେ ପୂର୍ବ ରାଜ ଦମ୍ପତି। ମାର୍ଚ୍ଚ ୨୦୨୦ରେ ସେମାନେ ଶେଷ ମେସେଜ୍‌ ମଧ୍ୟ ପୋଷ୍ଟ କରିଥିଲେ। ଯଦିଓ ଏଠାରେ ଆମକୁ ଦେଖିପାରିବେନି କିନ୍ତୁ କାର୍ଯ୍ୟ ଜାରି ରହିବ ବୋଲି ପୋଷ୍ଟରେ ଲେଖିଥିଲେ ପ୍ରିନ୍ସ ହ୍ୟାରି ଓ ମେଗାନ୍‌ ମର୍କେଲ।

ହ୍ୟାରିଙ୍କ ସହ ନିର୍ବନ୍ଧ ପୂର୍ବରୁ ମେଗାନ୍‌ ଏକ ଅନଲାଇନ୍ ବ୍ଲଗ୍ ‘ଦ ଟିଗ୍‌’ ଚଲାଉଥିଲେ। ନିର୍ବନ୍ଧ ପରେ ଏହାକୁ ବନ୍ଦ କରିଦେଇଥିଲେ ମେଗାନ୍‌ । ଏହା ସହ ତାଙ୍କର ନିଜସ୍ବ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଥିବା ବୋଲି ପେଜ ସିକ୍ସର ରିପୋର୍ଟରୁ ଜଣାପଡ଼ିଛି। ମେଗାନ୍‌ଙ୍କ ସହିତ ପ୍ରେମ ଆରମ୍ଭ ହେବା ପରେ ପ୍ରିନ୍ସ ହ୍ୟାରିସ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟ ଚଳାଉଥିବା ବି ଜଣାପଡ଼ିଛି। ଅନ୍ୟପଟେ ରାଜ ଦମ୍ପତି ଖ୍ରୀଷ୍ଟମାସ୍‌ କାର୍ଡ ମେହ୍ୟୁ ମାଧ୍ୟମରେ ପ୍ରକାଶ କରିଥିଲେ।

   Related Posts