କାନାଡା ଛାଡିଲେ ପ୍ରିନ୍ସ ହ୍ୟାରୀ ଓ ମେଗାନ, ରହିବେ ଆମେରିକାରେ

Published By : Prameya-News7 Bureau | March 27, 2020 IST

ବ୍ରିଟିଶ ଯୁବରାଜ ପ୍ରିନ୍ସ ହ୍ୟାରୀ ତାଙ୍କ ପତ୍ନୀ ମେଗାନ ଓ ୧୦ମାସର ପୁଅ ଆର୍ଚି ସହ କାନାଡା ଛାଡିଛନ୍ତି। ସେମାନେ ଆମେରିକାର କାର୍ଲିଫର୍ଣ୍ଣିଆକୁ ସେମାନଙ୍କ ବାସ ସ୍ଥାନ କରିବେ ବୋଲି ଜଣାପଡିଛି। ଡ୍ୟୁକ୍ ଏଣ୍ଡ ଡଚେସ୍ ଅଫ ସସେକ୍ସ ଚଳିତବର୍ଷ ଆରମ୍ଭରେ ରାଜକୀୟ ଜୀବନଶୈଳୀରୁ ନିଜକୁ ପୃଥକ କରିବାକୁ ଚାହିଁଥିଲେ। ସେହି ଅନୁସାରେ ସେମାନେ ଏବେ ଲସଏଞ୍ଜେଲସ ନିକଟସ୍ଥ ହଲିଉଡରେ ଅବସ୍ଥାନ କରିବେ ବୋଲି ଜଣାପଡିଛି।

{"id":244914,"width":575,"height":407,"sizeSlug":"large"}

କରୋନା ଏବେ ସାରା ବିଶ୍ୱକୁ ସଞ୍ଚରି ଯାଇଛି। ଏଥିରେ ବିଭିନ୍ନ ଦେଶ ସେମାନଙ୍କ ସୀମା ସିଲ କରିଥିବା ବେଳେ ହ୍ୟାରୀ ଓ ମେଗାନ ସେମାନଙ୍କ ପ୍ରାଇଭେଟ୍ ଜେଟ୍‌ରେ କାନାଡା ଛାଡିଛନ୍ତି। ତେବେ ବକିଙ୍ଘମ ପାଲେସ ସହ ସେମାନଙ୍କ ଚୁକ୍ତିର ଖିଲାଫ ହୋଇଛି। ହ୍ୟାରୀ ଓ ମେଗାନ ଭାଙ୍କୋଭରର ଏକ ପ୍ରାସାଦରେ ୧ ବର୍ଷ ପର୍ଯ୍ୟନ୍ତ ରହିବେ ବୋଲି ବକିଙ୍ଘମ ପାଲେସ ସହ ରାଜିନାମା କରିଥିଲେ। ତେବେ ସେମାନେ ଭାଙ୍କୋଭର ଛାଡିବା ଯୋଗୁ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପ୍ରତି ସେମାନଙ୍କ ଆନୁଗତ୍ୟତା ୧ ଏପ୍ରିଲରୁ ଆପେ ଆପେ ସମାପ୍ତ ହୋଇଯିବ ବୋଲି ଜଣାପଡିଛି।

{"id":244915,"width":578,"height":524,"sizeSlug":"large"}

କାନାଡା ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିପାରିବନି ବୋଲି  ହ୍ୟାରୀ ଓ ମେଘାନ ନିଶ୍ଚିତ ହେବା ପରେ ହୁଏତ ଚାଲିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଲସଏଞ୍ଜେଲସରେ ସେମାନଙ୍କର ବିଶାଳ ସପୋର୍ଟ ନେଟୱାର୍କ ରହିଛି। ଏଥିରେ ସେମାନଙ୍କୁ ଏଠାରେ ହଲିଉଡ୍ ଏଜଣ୍ଟସ୍, ପିଆର ଓ ବିଜନେସ୍ ମ୍ୟାନେଜରଙ୍କ ସହଯୋଗ ମିଳିବ। କେବଳ ଏତିକି ନୁହେଁ ଏଠାରେ ମେଗାନଙ୍କ ଅନେକ ସାଙ୍ଗ ସାଥୀ ବି ରହନ୍ତି ବିଶେଷ କରି ତାଙ୍କ ମା ଡୋରିଆଙ୍କ ସହଯୋଗ ସେମାନଙ୍କୁ ମିଳିପାରିବ ବୋଲି ବ୍ରିଟିଶ ଗଣମାଧ୍ୟମରେ ଏବେ ଚର୍ଚ୍ଚା ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.