Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଗାବା ଟେଷ୍ଟ : କାହା ଓ୍ୱିକେଟ୍‌ ଥିଲା ମ୍ୟାଚ୍‌ର ଟର୍ଣ୍ଣିଙ୍ଗ୍ ପଏଣ୍ଟ ? ଶାର୍ଦ୍ଦୁଲ ଠାକୁର ଖୋଲିଲେ ରହସ୍ୟ…

27/01/2021 at 12:26 PM

ମୁମ୍ବାଇ ୨୭।୦୧: ଅଷ୍ଟ୍ରେଲିଆରେ ଭାରତ ଟେଷ୍ଟ ସିରିଜ୍‌ ଜିତି ରେକର୍ଡ କରିଛି । ବ୍ରିସ୍‌ବେନ୍‌ର ଗାବା ଷ୍ଟାଡିୟମରେ ସିରିଜର ଶେଷ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଇତିହାସ ରଚିଛି । ଅଷ୍ଟ୍ରେଲିଆ କରିଥିବା ଯୋଜନାକୁ ଟିମ୍‌ ଇଣ୍ଡିଆ ଧୂଳିସାତ୍‌ କରିଛି । ମ୍ୟାଚ୍‌ରେ ୪ର୍ଥ ଦିନରେ ଡେଭିଡ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ ଭଲ ଆରମ୍ଭ କରିଥିଲେ । ଭାରତ ସାମ୍ନାରେ ବଡ ରନ୍‌ ସ୍କୋର କରିବାର ଲକ୍ଷ୍ୟ ରଖିଥିଲା କଙ୍ଗାରୁ ଟିମ୍‌ । ହାରିସ ଓ ଓ୍ୱାର୍ଣ୍ଣର ଦ୍ରୁତ ଗତିରେ ରନ୍‌ ମଧ୍ୟ ସଂଗ୍ରହ କରୁଥିଲେ । କିନ୍ତୁ ଭାରତୀୟ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଶାର୍ଦ୍ଦୁଲ ଠାକୁର ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ ହାରିସଙ୍କ ଓ୍ୱିକେଟ୍‌ ନେଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ତେବେ ହାରିସଙ୍କ ଓ୍ୱିକେଟ୍‌ ପଛର କାହାଣୀ ନିଜ ଶାର୍ଦ୍ଦୁଲ କହିଛନ୍ତି । ଆସନ୍ତୁ ଜାଣିବା କଣ ଥିଲା ଶାଦ୍ଦୁଲ ଓ ଟିମ୍‌ ଇଣ୍ଡିଆର ଗେମ୍‌ ପ୍ଲାନ୍‌….  

ଏକ ସାକ୍ଷାତକାର ଦେଇ ଶାର୍ଦ୍ଦୁଲ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଟିମ୍‌ ଆମକୁ ଏକ ବଡ଼ ଧରଣର ଟାର୍ଗେଟ ଦେବାକୁ ଲକ୍ଷ୍ୟ ରଖିଥିଲେ । ଯାହାକୁ ନେଇ କଙ୍ଗାରୁ ଟିମ୍‌ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରୁଥିଲା । ସେମାନଙ୍କ ମଧ୍ୟ ଭଲ ଆରମ୍ଭ ମିଳିଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଭଲ ଆରମ୍ଭ କରିଥିଲେ । ୬ଓଭରର ଖେଳ ପରେ ଅଷ୍ଟ୍ରେଲିଆ ଟିମ୍‌ ବିନା କୌଣସି ଓ୍ୱିକେଟ ହରାଇ ଭଲ ସ୍କୋର କରିଥିଲା । ଏହାପର ମଧ୍ୟ କଙ୍ଗାରୁ ଟିମ୍ ଭଲ ଆରମ୍ଭ କରିଥିଲା । ସେହି ଦିନ ମଧ୍ୟ ଅଷ୍ଟ୍ରେଲିଆ ଟିମ୍ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାର ଲାଗିଥିଲା । ସ୍କୋର ବୋର୍ଡରେ ବଡଧରଣର ସ୍କୋର କରିବାର ଲକ୍ଷ୍ୟ ଥିଲା କଙ୍ଗାରୁ ଟିମ୍‌ର ।

ଠିକ୍‌ ଏହି ସମୟରେ ମୁଁ ବୋଲିଂ କରିବାକୁ ଆସିଥିଲା । ବୋଲିଂ କରିବା ସମୟରେ ମୋତ ଲାଗିଲା କି, ଯଦି ଆମ ଟିମ୍‌ ଏଠାରେ ଗୋଟିଏ ଓ୍ୱିକେଟ୍‌ ନେବା ଦରକାର । ନହେଲେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ ଆହୁରି ରନ୍‌ ସଂଗ୍ରହ କରିଦେବେ । ଗୋଟିଏ ଓ୍ୱିକେଟ୍‌ ନେବା ଦ୍ୱାରା ଅଷ୍ଟ୍ରେଲିଆ ସ୍କୋର ବୋର୍ଡରେ ବ୍ରେକ୍‌ ଲାଗିପାରେ । ମୁଁ ବୋଲିଂ କରିବା ସମୟରେ ହାରିସଙ୍କୁ ଅନେକ ବଲ୍‌ ଗୁଡ଼ ଲେନ୍ଥରେ ପକାଇଥିଲି । ତେବେ ଏହି ସମୟରେ ଗୋଟିଏ ବାଉଂସର ବଲ୍‌ ପକାଇବା ଦରକାର ବୋଲି ମୋ ମନକୁ ଆସିଥିଲା, ଏବଂ ବାଉନସର ମଧ୍ୟ ଟ୍ରାଏ କଲି । ଯାହାର ଫଳ ସ୍ୱରୁପ ଆମକୁ ଓ୍ୱିକେଟ୍‌ ମିଳିଗଲା । ହାରିସଙ୍କୁ ମୁଁ ବାଉନସର ବଲ୍‌ ଯୋଗା ପ୍ୟାଭିଲିୟନ ଫେରାଇବାରେ ସକ୍ଷମ ହୋଇଥିଲି ।ଏହାପରେ ଆମ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ବୋଲରଙ୍କ ପ୍ରଦର୍ଶନ ଲାଗି ମ୍ୟାଚ୍‌ର ପରିସ୍ଥିତି ପୁରା ବଦଳିଯାଇଥିଲା ।

ସୂଚନାଯୋଗ୍ୟ ଯେ,  ୨ୟ ପାରିରେ ଶାର୍ଦ୍ଦୁଳ ୬୧ରନ୍‌ ଦେଇ ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ ୭୩ରନ୍‌ ଦେଇ ୫ଟି ଓ୍ୱିକେଟ୍‌ ନେଇଥିଲା । ଅଷ୍ଟ୍ରେଲିଆ ୨ୟ ପାରିରେ ୨୯୪ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା ।

   Related Posts