Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଇଣ୍ଡିଆନ୍ ଏୟାରଲାଇନ୍ସରେ ପ୍ରଥମ ଭାରତୀୟ ମହିଳା ସିଇଓ ଭାବେ ନିଯୁକ୍ତ ହେଲେ ହରପ୍ରିତ୍ ସିଂହ

31/10/2020 at 2:32 PM

ନୂଆଦିଲ୍ଲୀ ୩୧/୧୦ : ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛନ୍ତି ହରପ୍ରିତ ଏ.ଡି.ସିଂହ। ହରପ୍ରିତ୍ ସିଂହ ଏଲାୟନ୍ସ ଏୟାରର (Alliance Air) ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ସରକାର ହରପ୍ରିତ୍ ସିଂହଙ୍କୁ ଏୟାର୍ ଇଣ୍ଡିଆର ସହାୟକ ଏଲାୟନ୍ସ ଏୟାର୍ ସିଇଓ ଭାବେ ନିଯୁକ୍ତ କରିଛନ୍ତି। ହରପ୍ରିତ୍ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବିମାନ ସୁରକ୍ଷା) ଅଛନ୍ତି। ଏଆଇର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ନିବେଦିତା ଭସିନ୍ ବର୍ତ୍ତମାନ ଡ୍ରିମଲାଇନ୍ ବୋଇଙ୍ଗ୍ ୭୮୭ ଚଲାଉଛନ୍ତି। ଭସିନଙ୍କ ସ୍ଥାନରେ ହରପ୍ରିତ୍ ଏୟାର ଇଣ୍ଡିଆର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବେ।

ଏଆଇ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦେଶକ ରାଜୀବ ବଂଶଲ ଶୁକ୍ରବାର ଦିନ ଏକ ଆଦେଶ ଜାରି କରି କହିଛନ୍ତି ଯେ ନିବେଦିତା ସିଂହ ଆଗାମୀ ଆଦେଶ ଯାଏଁ ଏଲାୟନ୍ସ ଏୟାରରେ ସିଇଓ ପଦବୀ ସମ୍ଭାଳିବେ। ନିବେଦିତା ଭସିନଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ୟ ବିଭାଗର ମୁଖ୍ୟ ଦାୟିତ୍ୱ ମଧ୍ୟ ଦିଆଯାଇଛି। 

ଏଲାୟନ୍ସ ଏୟାର ବର୍ତ୍ତମାନ (PSU )ସାର୍ବଜନୀନ କ୍ଷେତ୍ର ଭାବେ ହିଁ ରହିବ। ବର୍ତ୍ତମାନ ଏହାକୁ ଏୟାର ଇଣ୍ଡିଆ ସହ ବିକ୍ରି କରାଯିବ ନାହିଁ। ଯଦି କ୍ରେତା ମିଳନ୍ତି ଏବଂ ଘରୋଇକରଣ କରାଯାଏ ତାହେଲେ ଏୟାର ଇଣ୍ଡିଆର ପୁରୁଣା ବୋଇଙ୍ଗ ୭୪୭କୁ ଏଲାୟନ୍ସ ଏୟାରକୁ ସ୍ଥାନାନ୍ତରିତ କରାଯିବ। ହରପ୍ରିତ ସିଂହ ପ୍ରଥମ ମହିଳା ପାଇଲଟ ଯାହାଙ୍କୁ ୧୯୮୮ ମସିହାରେ ଏୟାର ଇଣ୍ଡିଆ ଦ୍ୱାରା ଚୟନ କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ବିମାନ ଉଡାଇ ପାରିନଥିଲେ। କିନ୍ତୁ ଉଡାଣ ସୁରକ୍ଷା କ୍ଷେତ୍ରରେ ସକ୍ରିୟ ରୁହନ୍ତି। ହରପ୍ରିତ ସିଂହ ଭାରତୀୟ ମହିଳା ପାଇଲଟ ଆସୋସିଏସନର ନେତୃତ୍ୱ ମଧ୍ୟ ନେଇଥିଲେ।

ଏୟାର ଇଣ୍ଡିଆ ୧୯୮୦ ଦଶକ ଆରମ୍ଭରେ ମହିଳା ପାଇଲଟଙ୍କୁ ନିଯୁକ୍ତ କରିଥିବା ପ୍ରଥମ ଭାରତୀୟ ଏୟାରଲାଇନ୍ସ ଥିଲା। କ୍ୟାପଟେନ୍ ସୌଦାମନି ଦେଶମୁଖ ଭାରତର ପ୍ରଥମ ମହିଳା କମାଣ୍ଡର ଥିଲେ।

   Related Posts