ଇଣ୍ଟେଲିଜେନ୍ସ ଏଜେନ୍ସି ୫୨ ଚୀନୀ ମୋବାଇଲ୍ App ନେଇ ସରକାରଙ୍କୁ କଲା ଆଲର୍ଟ: କହିଲା ଦେଶର ସୁରକ୍ଷା ପ୍ରତି ରହିଛି ବିପଦ, ଦେଖନ୍ତୁ ପୂରା ତାଲିକା

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୦୬: ଭାରତ ଓ ଚୀନ ମଧ୍ୟରେ  ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ସ୍ଥିତି ଉତ୍ତେଜନା ରହିଛି। ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ସହିଦ୍‌ ହୋଇଥିବା ବେଳେ ଚୀନର ୪୦ରୁ ଉର୍ଦ୍ଧ୍ଵ ଯବାନ ନିହତ ହୋଇଥିବା କୁହାଯାଉଛି। ଏହା ମଧ୍ୟରେ ଭାରତୀୟ ସୁରକ୍ଷା ଏଜେନ୍ସି ସରକାରଙ୍କୁ କହିଛନ୍ତି ଯେ, ଚୀନ ସମ୍ବନ୍ଧିତ ୫୨ ମୋବାଇଲ୍ ଆପ୍ଲିକେସନକୁ ବ୍ଲକ୍ କରି ଦିଆଯାଉ କିମ୍ବା ଏହା ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉ। କାରଣ ଏହାର ବ୍ୟବହାର ସଂପ୍ରତି ସୁରକ୍ଷିତ ନୁହେଁ। ଏହି ସବୁ ଆପ୍‌ ବଡ ଧରଣର ତଥ୍ୟ ଭାରତରୁ ବାହାରକୁ ପଠାଉଛି। ଏହି ମାମଲା ଉପରେ ନଜର ରଖୁଥିବା ଲୋକ ହିନ୍ଦୁସ୍ତାନ ଟାଇମ୍ସକୁ ଏହି ସୂଚନା ଦେଇଛନ୍ତି। ସୁରକ୍ଷା ଏଜେନ୍ସି ସରକାରଙ୍କୁ ଯେଉଁ ତାଲିକା ଦେଇଛନ୍ତି,  ସେଥିରେ ଭିଡିଓ କନଫରେନ୍ସିଂ ଆପ୍ ଜୁମ୍, ଟିକ୍‌ଟକ୍, ୟୁସି ବ୍ରାଉଜର, ଏକ୍ସଜେଣ୍ଡର, ସେୟାର ଇଟ୍‌ ଓ କ୍ଲିନ୍ ମାଷ୍ଟର ପରି ଆପ୍‌ ସାମିଲ।

କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇଣ୍ଟେଲିଜେନ୍ସ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବର ସମର୍ଥନ ଜାତୀୟ ସୁରକ୍ଷା ପରିଷଦ ସଚିବ ମଧ୍ୟ କରିଛନ୍ତି। ସେମାନଙ୍କର କହିବା କଥା ଏହି ଆପ୍‌ ଭାରତର ସୁରକ୍ଷା ପାଇଁ ବିପଦ। ସଂପ୍ରତି ଏହି ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି। ଜୈନକ ଅଧିକାରୀ ଏହା ମଧ୍ୟ ବିସ୍ତାରରେ କହିଛନ୍ତି, ସମସ୍ତ ମୋବାଇଲ୍ ଆପ୍‌ର ମାନକ ଏବଂ ଏଥି ସହ ଜଡିତ ବିପଦର ମଧ୍ୟ ଯାଞ୍ଚ କରାଯିବ।

{"id":287665,"sizeSlug":"large"}

ଚଳିତ ବର୍ଷ ଏପ୍ରିଲରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଜୁମ୍‌ର ବ୍ୟବହାରକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ମନ୍ତ୍ରଣାଳୟ ଏହି ଆଡ୍‌ଭାଇଜରି ନ୍ୟାସନାଲ ସାଇବର ସିକ୍ୟୁରିଟି ଏଜେନ୍ସି କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ ଇଣ୍ଡିଆ(CERT-in) ଉପରେ ପ୍ରସ୍ତାବ ଦେଇଥିଲେ। ଭାରତ ପ୍ରଥମ ଦେଶ ନୁହେଁ ଯିଏ ଜୁମ୍ ଆପର ବ୍ୟବହାର ଉପରେ ରୋକ୍‌ ଲଗାଇଛି। ଏହା ପୂର୍ବରୁ ତାଇଓ୍ଵାନ ମଧ୍ୟ ସରକାରୀ ଏଜେନ୍ସିକୁ ଜୁମ୍‌ ଆପ୍ ବ୍ୟବହାର ଉପରେ ରୋକ୍‌ ଲଗାଇଛି। ଜର୍ମାନୀ ଓ  ଆମେରିକା ମଧ୍ୟ ପୂର୍ବରୁ କରି ସାରିଛନ୍ତି।

ଚୀନ ସହ ଜଡିତ ହାର୍ଡଓ୍ଵୟାର ଓ ସଫ୍ଟଓୟାରକୁ ନେଇ ପାଶ୍ଚାତ୍ୟ ଦେଶର ସୁରକ୍ଷା ଏଜେନ୍ସି ମଧ୍ୟ ଚିନ୍ତା ପ୍ରକାଶ କରି ସାରିଛନ୍ତି। କାରଣ ଯୁଦ୍ଧ ପରି ସ୍ଥିତିରେ ଏହା ଜରିଆରେ କମ୍ୟୁନିକେସନ ସର୍ଭିସେସ୍‌କୁ କ୍ଷତି ପହଞ୍ଚିପାରେ।

ରାଡାରରେ ରହିଛି ଏହି ସବୁ ଆପ୍

TikTok, Vault-Hide, Vigo Video, Bigo Live, Weibo

WeChat, SHAREit, UC News, UC Browser

BeautyPlus, Xender, ClubFactory, Helo, LIKE

Kwai, ROMWE, SHEIN, NewsDog, Photo Wonder

APUS Browser, VivaVideo- QU Video Inc

Perfect Corp, CM Browser, Virus Cleaner (Hi Security Lab)

Mi Community, DU recorder, YouCam Makeup

Mi Store, 360 Security, DU Battery Saver, DU Browser

DU Cleaner, DU Privacy, Clean Master – Cheetah

CacheClear DU apps studio, Baidu Translate, Baidu Map

Wonder Camera, ES File Explorer, QQ International

QQ Launcher, QQ Security Centre, QQ Player, QQ Music

QQ Mail, QQ NewsFeed, WeSync, SelfieCity, Clash of Kings

Mail Master, Mi Video call-Xiaomi, Parallel Space

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.