Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଖୁବ ଶୀଘ୍ର ଆକର୍ଷଣୀୟ ଇଲେକ୍ଟ୍ରିକ୍ ସାଇକେଲ୍ ଲଞ୍ଚ୍ କରିବ Harley-Davidson

28/10/2020 at 12:54 PM

ନୂଆଦିଲ୍ଲୀ ୨୮/୧୦ : ହାର୍ଲେ ଡେଭିଡସନ୍ ବଜାରରେ ଇଲେକ୍ଟ୍ରିକ୍ ସାଇକେଲ୍ ଭଳି ବାଇକ୍ ପେଶ୍ କରିଛି। ଏହାର ଡିଜାଇନ୍ ସାଇକେଲ୍ ଭଳି। ହାର୍ଲେ ଡେଭିଡସନ୍ e Bike ଡିଭିଜନକୁ Serial 1 Cycle କମ୍ପାନୀ ନାମରେ ପରିଚୟ ଦେଇପାରେ। ୧୯୦୩ ମସିହାରେ ହାର୍ଲେ ଡେଭିଡସନର ସବୁଠାରୁ ପୁରୁଣା ମୋଟର୍ ସାଇକେଲର ନାଁ Serial Number One ଥିଲା। ଏହି ସାଇକେଲ୍ ପାଇଁ ଏକ ଅଲଗା ଟିମ୍ ପ୍ରସ୍ତୁତ କରାଯାଇଛି। ଏହି ଟିମ୍ ସାଇକେଲ୍ ପ୍ରସ୍ତୁତ କରିବ।

ଏହି ଇଲେକ୍ଟ୍ରିକ୍ ବାଇକର ବିକ୍ରି ଆସନ୍ତା ବର୍ଷ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ସାଇକେଲ୍ ସମ୍ପର୍କରେ କମ୍ପାନୀ ବର୍ତ୍ତମାନ ଅଧିକ ସୂଚନା ଦେଇନାହିଁ। କିନ୍ତୁ ଫଟୋରେ ନଜର ଆସିବା ଭଳି Serial 1 ରେ ଧଳା ଟାୟାର ଲାଗିଛି। ଏଥିରେ ଟ୍ରାଡିସନାଲ୍ ଚେନ୍ ସହ ପେଡାଲ୍ ମଧ୍ୟ ଦିଆଯାଇଛି। କମ୍ପାନୀ Serial 1 Cycle ସାଇକେଲ ପାଇଁ ଡେଡିକେଟେଡ୍ ୱେବସାଇଟ ମଧ୍ୟ ପ୍ରସ୍ତୁତ କରିଛି। ହାର୍ଲେ ଡେଭିଡସନ୍ Serial 1 Cycle ୱେବସାଇଟରେ କାଉଣ୍ଟଡାଉନ ଟାଇମର ରହିଛି ଯାହା ନଭେମ୍ବର ୧୬ ତାରିଖ ଯାଏଁ ଉପଲବ୍ଧ। ଏହି ସାଇକେଲକୁ ନେଇ କମ୍ପାନୀ ନଭେମ୍ବର ୧୬ ତାରିଖରେ ଅଧିକ ତଥ୍ୟ ସେୟାର କରିପାରେ ବୋଲି କୁହାଯାଉଛି।

କମ୍ପାନୀ ଅନୁଯାୟୀ, Serial 1 eCycle ର ରାଇଡ ଲମ୍ବା, ଫାଷ୍ଟ ଓ ଇଫର୍ଟଲେସ୍ ହେବ ଯାହା ଅର୍ବନ କମ୍ୟୁଟ ପାଇଁ ସର୍ବୋତ୍ତମ ଅପ୍ସନ୍ ପ୍ରମାଣିତ ହୋଇପାରେ। ଏହି ସାଇକେଲ କିଭଳି କାମ କରିବ ଏବଂ ବଜାରକୁ କେବେ ଆସିବ ସେନେଇ କମ୍ପାନୀ ନଭେମ୍ବରରେ ସୂଚନା ଦେବ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଖବର ଆସିଥିଲା ଯେ ହାର୍ଲେ ଡେଭିଡସନ୍ ଭାରତରେ ବନ୍ଦ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ କମ୍ପାନୀ ଭାରତୀୟ ବାଇକ ନିର୍ମାତା ହିରୋ ମୋଟୋକର୍ପ ସହ ପାର୍ଟନରସିପ୍ କରିଛି। ବର୍ତ୍ତମାନ ହାର୍ଲେ ଡେଭିଡସନ୍ ଭାରତରେ ହିରୋ ମୋଟୋକର୍ପ ସହ ମିଶି ବ୍ୟବସାୟ କରିବ।

   Related Posts