Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସଂକ୍ରମଣ ଭୟରେ ପୁଣି ସୀମା ସିଲ୍ କଲା ହରିୟାଣା, କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ଖୋଲା

29/05/2020 at 4:27 PM

ଚଣ୍ଡିଗଡ ୨୯।୫: ରାଜଧାନୀ ଦିଲ୍ଲୀ ସହ ସମ୍ପର୍କ ଯୋଗୁ ଦିଲ୍ଲୀ ସୀମାବର୍ତ୍ତି ହରିୟାଣାର ଜିଲ୍ଲାମାନଙ୍କରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଣୁ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଭିଜ୍ ଦିଲ୍ଲୀ ସଲଗ୍ନ ହରିୟାଣା ସୀମାକୁ ସିଲ୍‌ କରିଛନ୍ତି। କେବଳ ଅତ୍ୟାବଶକୀୟ ସାମଗ୍ରୀକୁ ବାଦ ଦେଲେ ଦିଲ୍ଲୀକୁ ଯାତାୟାତ ଉପରେ କଡା କଟକଣା ଜାରି କରାଯାଇଛି। ଫଳରେ ଦିଲ୍ଲୀ-ହରିୟାଣା ସୀମାରେ ଶୁକ୍ରବାର ଲମ୍ବା ଟ୍ରାଫିକ୍ ଦେଖିବାକୁ ମିଳୁଛି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଗତ ୧ ସପ୍ତାହର ରିପୋର୍ଟ ଅନୁସାରେ ଫରିଦାବାଦରେ ୯୮, ଝଜରରେ ୬, ସେନିପତରେ ୨୧ ଓ ଗୁରୁଗ୍ରାମରେ ୧୧୧ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶମୁତାବକ ଲକଡାଉନ ୪.୦ର ସେହିସବୁ ସେବା ଓ ସାମଗ୍ରୀକୁ ବାଦ ଦେଲେ ଅନ୍ତଃରାଜ୍ୟ ସୀମାକୁ ସିଲ କରାଯାଇଥିବା ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି। ସେହି ଅନୁସାରେ ହରିୟାଣା ଓ ଦିଲ୍ଲୀ ମଧ୍ୟରେ କେବଳ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ କୋର୍ଟ ଓ ନଗରପାଳିକ କାର୍ଯ୍ୟକର୍ତ୍ତାକୁ ବାଦ ଦେଇ ଆଉ କାହାରିକୁ ଯାତାୟାତ  ଅନୁମତି ଦିଆଯାଉ ନଥିବା ଗୃହମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

ସେହିପରି ଦିଲ୍ଲୀରୁ ଅତ୍ୟାବଶକୀୟ ସାମଗ୍ରୀ ବୋଝେଇ ନେଇ ଆସୁଥିବା ଟ୍ରକ୍ ମାନଙ୍କୁ ମଧ୍ୟ ରାଜ୍ୟର ଜାତୀୟ ରାଜମାର୍ଗ ରେ ଉନ୍ମୁକ୍ତ ଯାତାୟାତର ଅନୁମତି ଥିବା ଗୃହମନ୍ତ୍ରୀ କହିଛନ୍ତି। ହରିୟାଣା ସରକାର ଗତମାସରେ ଦିଲ୍ଲୀ ସୀମା ସିଲ କରିଥିଲେ। ହରିୟାଣାରେ ବସବାସ କରୁଥିବା ଓ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଲୋକେ ହିଁ ରାଜ୍ୟକୁ ଭୂତାଣୁର ବାହକ ହୋଇ ପାରନ୍ତି ବୋଲି ସେତେବେଳେ ରାଜ୍ୟ ଗୃହମନ୍ତ୍ରୀ କହିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ଅତ୍ୟାବସକୀ ସେବା ଓ ସାମଗ୍ରୀ ପରିବହନରେ ରିହାତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

   Related Posts