ଶୋ' ବାହାନାରେ ଡାକି ଡ୍ୟାନ୍ସରଙ୍କୁ ଗଣଦୁଷ୍କର୍ମ : ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 06, 2019 IST

ନୂଆଦିଲ୍ଲୀ ୬/୪ : ଉତ୍ତରପୂର୍ବ ଦିଲ୍ଲୀ ର ଖଜୁରୀ ଖାସ ଅଂଚଳରେ ହରିୟାଣାର ଜଣେ ଡ୍ୟାନ୍ସରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି | ୫ ଦିନ ପୂର୍ବରୁ ୨୦ ବର୍ଷ ବୟସ୍କା ଡ୍ୟାନ୍ସର ଏକ ଶୋ' ପାଇଁ ଯାଇଥିଲେ | ତେବେ ସେଠାରେ କୌଣସି ଶୋ' ନଥିଲା | ୩ ଜଣ ଯୁବକ ତାଙ୍କୁ ଶୋ' ବାହାନାରେ ସେଠାକୁ ଡାକିଥିଲେ | ଏହି ୩ ଯୁବକ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ |


ଯୁବତୀ ଜଣକ ବସ ଯୋଗେ ହରିୟାଣାରୁ କାଶ୍ମୀର ଗେଟ ଆଇଏସବିଟି ଠାରେ ଓହ୍ଲାଇଥିଲେ | ୩ ଅଭିଯୁକ୍ତ ଯୁବତୀଙ୍କୁ ସେଠାରୁ ନିଜ ଗାଡିରେ ନେଇଥିଲେ | ସେମାନେ ଶୋ' ହେଉଥିବା ଜାଗାକୁ ତାଙ୍କୁ ନେବା ପାଇଁ ଆସିଛନ୍ତି ବୋଲି କହିଥିଲେ | ଅଭିଯୁକ୍ତମାନେ ଯୁବତୀଙ୍କୁ ଏକ ଶୂନଶାନ ଜାଗାରେ ଥିବା ଏକ ଖାଲି ଘରକୁ ନେଇଯାଇଥିଲେ ଏବଂ ଗଣଦୁଷ୍କର୍ମ କରିଥିଲେ |


ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଖଜୁରୀ ଛକ ନିକଟରେ ଫୋପାଡ଼ି ଦେଇ ଯୁବତୀଙ୍କ ମୋବାଇଲ ଫୋନ ନେଇଯାଇଥିଲେ |


ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି | ୩ ଅଭିଯୁକ୍ତ ହେଲେ ଲୋକେଶ(୨୧ ବର୍ଷ ), ଓମ (୨୫), ଋଷିକେଶ (୨୫) | ପୋଲିସ ଘଟଣାର ତଦନ୍ତ କରୁଛି | ପୀଡିତାଙ୍କୁ ହସ୍ପିଟାଲ ପଠାଇ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.