ଆତଙ୍କବାଦୀ ଅଜମଲ କସାବକୁ ଚିହ୍ନଟ କରିଥିବା ସାକ୍ଷୀ ହରିଶ୍ଚନ୍ଦ୍ରଙ୍କ ପରଲୋକ

Published By : Prameya-News7 Bureau | May 28, 2020 IST

ମୁମ୍ବାଇ ୨୮।୦୫: ମୁମ୍ବାଇରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟାଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବର ଶୁଣାଣି ସମୟରେ ତାକୁ ଚିହ୍ନଟ କରିଥିବା ମୁଖ୍ୟ ସାକ୍ଷୀ ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧାନକରଙ୍କ କଲ୍ୟାଣ ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ବୁଧବାର ପରିବାର ଲୋକେ ଏହାର ସୂଚନା ଦେଇଛନ୍ତି।

୨୦୦୮ ନଭେମ୍ଵର ୨୬ ରାତିରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମୟରେ କାମା ହସ୍ପିଟାଲ ନିକଟରେ ହରିଶ୍ଚନ୍ଦ୍ରଙ୍କୁ ଦୁଇଟି ଗୁଳି ବାଜିଥିଲା। ଆତଙ୍କବାଦୀଙ୍କ ଆକ୍ରମଣ ସମୟରେ ସେ କସାବ ସହିତ ଅବୁ ଇସମାଇଲ୍‌କୁ ନିଜର ବ୍ୟାଗରେ ମାରିଥିଲେ। ହରିଶ୍ଚନ୍ଦ୍ର ଏମିତି ପ୍ରଥମ ସାକ୍ଷୀ ଥିଲେ, ଯିଏ ସ୍ଵତନ୍ତ୍ର ଅଦାଲତରେ କସାବକୁ ଚିହ୍ନଟ କରିଥିଲେ ଏବଂ ତାରି ବିରୋଧରେ ସାକ୍ଷୀ ଦେଇଥିଲେ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସାମିଲ ୧୦ ଆତଙ୍କବାଦୀଙ୍କ ମଧ୍ୟରୁ ୯ ଜଣ ସେନା ଗୁଳିରେ ପ୍ରାଣ ହରାଇଥିବା ବେଲେ କସାବ ଏକ ମାତ୍ର ଜୀବିତ ଆତଙ୍କବାଦୀ ଥିଲା। ୨୦୧୨ ନଭେମ୍ବର ୨୧ରେ କସାବକୁ ପୁଣେର ଏରଓ୍ଵାଡା ଜେଲ୍‌ରେ ଫାଶି ଦିଆଯାଇଥିଲା।

୨୦୦୮ ନଭେମ୍ବର ୨୬ ସେହି କାଳ ରାତ୍ରିରେ ମୁମ୍ବାଇର କାମା ଓ ଅଲବଲେସ୍ ହସ୍ପିଟାଲ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ସମୟରେ ଡ୍ୟୁଟିରେ ଥିଲେ ଚୌକିଦାର ଘେଗଡମଲ। ଆଜି ସେ ସେହି କାଳ ରାତ୍ରିର କଥା ମନେ ପକାଇ ଶିହରି ଉଠନ୍ତି। ଆକ୍ରମଣ ସମୟରେ ଆତଙ୍କବାଦୀ କସାବ ଓ ଏହାର ସାଥୀ ତାଙ୍କଠୁ ମାତ୍ର ୧୦ ଫୁଟ୍ ଦୂରରେ ସାଥୀ ଗାର୍ଡକୁ ଗୁଳି କରି ହତ୍ୟା କରିଥିଲେ। ଏହି ସବୁ ଆତଙ୍କବାଦୀ ନିକଟରେ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରେ ୫୨ ଜଣଙ୍କୁ ଆଖିବୁଜି ଗୁଳି କରି ହତ୍ୟା କରିବା ପରେ ଏହି ହସ୍ପିଟାଲକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.