Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସମାପ୍ତ ହେବ ପଞ୍ଜାବରେ କଂଗ୍ରେସ କଳି ? ୨୪ ଘଣ୍ଟା ନପୂରୁଣୁ ସ୍ବର ବଦଳାଇଲେ ଅମରିନ୍ଦର, କହିଲେ- ମାନିନେବି କଂଗ୍ରେସ ଅଧ୍ୟକ୍ଷଙ୍କ ନିଷ୍ପତ୍ତି

17/07/2021 at 4:22 PM

ନୂଆଦିଲ୍ଲୀ ୧୭/୭: ଖୁବଶୀଘ୍ର ପଞ୍ଜାବରେ କଂଗ୍ରେସ କନ୍ଦଳ ସମାପ୍ତ ହେବାକୁ ଯାଉଛି ! ଶନିବାର କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବର କଂଗ୍ରେସ  ଅଧ୍ୟକ୍ଷ ସୁନିଲ ଜାଖଡଙ୍କୁ ଭେଟିଥିବା ବେଳେ ପଞ୍ଜାବର କଂଗ୍ରେସ ପ୍ରଭାରୀ ହରୀଶ ରାଓ୍ବତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ମୋହାଲି ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ହରୀଶ ରାଓ୍ବତଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ନେଇ ଅମରିନ୍ଦରଙ୍କ ମିଡିଆ ପରାମର୍ଶଦାତା ରବୀନ ଠୁକରାଲ୍‌ କହିଛନ୍ତି। ଏହା ସହ କଂଗ୍ରେସ ଅଧ୍ୟକ୍ଷଙ୍କ କୌଣସି ନିଷ୍ପତ୍ତି ସମସ୍ତଙ୍କୁ ମଞ୍ଜୁର ହେବ ବୋଲି ସେ କହିଛନ୍ତି।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷଙ୍କ ସମସ୍ତ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ନେଇ ସହମତି ପ୍ରକାଶ କରିଥିବା ରାଓ୍ବତ କହିଛନ୍ତି।  ଏହା ପୂର୍ବରୁ ଶୁକ୍ରବାର ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ମିଳିଥିବା ସୂଚନା ଅନୁସା​‌ରେ କାଲିର ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳର ପଞ୍ଜାବ ପ୍ରଭାରୀ ହରୀଶ ରାଓ୍ବତ ଉପସ୍ଥିତ ଥିଲେ। ଅନ୍ୟପଟେ ସିଦ୍ଧୁ ରାଜ୍ୟ ପିସିସି ସଭାପତି ହୁଅନ୍ତୁ ବୋଲି ଚାହୁଁନାହାନ୍ତି ଅମରିନ୍ଦର ସିଂହ ଏବଂ ତାଙ୍କ ସମର୍ଥକ। ତେଣୁ ସିଦ୍ଧୁ ରାଜ୍ୟ କଂଗ୍ରେସ ସଭାପତି ହେଲେ ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ପ୍ରତିକୂଳ ପ୍ରଭାବର ସାମ୍ନା କରିବାକୁ ପଡ଼ିପାରେ ବୋଲି  ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଜଣାଇଥିଲେ ।

ଅସନ୍ତୁଷ୍ଟ ସିଦ୍ଧୁଙ୍କୁ ଦଳ ରାଜ୍ୟରେ  ସଭପତି କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବାକୁ ନେଇ ଚର୍ଚ୍ଚା ମଧ୍ୟରେ କ୍ୟାପ୍ଟେନ ଅମରିନ୍ଦର ଏହି ଚିଠି ସୋନିଆଙ୍କୁ ଲେଖିଥିଲେ। ଏହା ପୂର୍ବରୁ ଗୁରୁବାର ହରୀଶ ରାଓ୍ବତ କହିଥିଲେ ଦଳ ନେତୃତ୍ବ ଏମିତି ଏକ ଫର୍ମୁଲାରେ କାର୍ଯ୍ୟ କରୁଛନ୍ତି ଯାହାଦ୍ବାରା ଉଭୟ ସିଦ୍ଧୁ ଏବଂ ଅମରିନ୍ଦର ମିଶି କାର୍ଯ୍ୟ କରିପାରିବେ। ଏହା ସହ ଦଳକୁ ବିଧାନସଭା ନିର୍ବାଚନରେ ବିଜୟୀ କରିପାରିବେ। ଉଲ୍ଲେଖନୀୟ ଯେ, ଗତ କିଛି ମାସ ହେଲା ପଞ୍ଜାବ କଂଗ୍ରେସରେ ଅନ୍ତଃକନ୍ଦଳ ଜାରି ରହିଛି। ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବଂ ଅନ୍ୟ କିଛି ନେତା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ବୟାନବାଜି କରୁଛନ୍ତି।  

   Related Posts