ମୁମ୍ବାଇ ୨୨/୧୦: ଯଦିଓ ଦେଶ ତଥା ବିଶ୍ୱରେ କରୋନା ମାମଲା ହ୍ରାସ ପାଉଛି, ତଥାପି ଏବେବି ବିପଦ ଟଳିନି। ଜଣାଶୁଣା ଅଭିନେତା ହରିଶ ପଟେଲ କରୋନା ସଂକ୍ରମିତ ହୋଇଛନ୍ତି। ଆମେରିକାରେ ତାଙ୍କ ଝିଅ ଘରେ ହରିଶ ବର୍ତ୍ତମାନ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ତାଙ୍କୁ ଖୁବ୍ ଶୀଘ୍ର ମାର୍ଭେଲଙ୍କ ଆଗାମୀ ଫିଲ୍ମ 'Eternals'ରେ ଦେଖିବାକୁ ମିଳିବ। କୋଭିଡ -୧୯ ସଂକ୍ରମିତ ହେତୁ ସେ ଲସ ଏଞ୍ଜେଲସରେ ଫିଲ୍ମର ପ୍ରିମିୟରରେ ଯୋଗ ଦେଇପାରିନାହାଁନ୍ତି।
wp:html /wp:htmlଏହି ମାସ ଆରମ୍ଭରେ ହରିଶ ଆମେରିକା ଯାଇଥିଲେ। ସେ ରେଡ କାର୍ପେଟରେ ଯିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଥିଲେ କିନ୍ତୁ ତାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଲା ଯାହା ପରେ ସେ ସେଥିରୁ ବଞ୍ଚିତ ରହିଲେ।
'Eternals'ରେ ଆଞ୍ଜେଲିନା ଜୋଲି, ରିଚାର୍ଡ ମ୍ୟାଡେନ୍, କୁମେଲ ନାନଜିଆନି, ସଲମା ହାଏକଙ୍କ ସମେତ ଅନ୍ୟ ବଡ ହଲିଉଡ କଳାକାର ଅଛନ୍ତି। ମାର୍ଭେଲ ଫିଲ୍ମର ସମଗ୍ର ବିଶ୍ୱରେ ବଡ଼ ପ୍ରଶଂସକ ଅଛନ୍ତି। ଏହି ଫିଲ୍ମ ନଭେମ୍ବର ୫ରେ ଭାରତରେ ରିଲିଜ୍ ହେବ।