Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପଞ୍ଜାବ କଂଗ୍ରେସ ପୁଣି ଘମାସାନ, ହରିଶଙ୍କ ବଦଳରେ ହରିଶ ହେବେ କଂଗ୍ରେସ ପ୍ରଭାରୀ

2/10/2021 at 11:48 AM

ଚଣ୍ଡୀଗଡ଼ ୦୨/୧୦: ପଞ୍ଜାବ କଂଗ୍ରେସରେ ଥମୁନି ଘମାସାନ । ଜାରି ରହିଛି ରାଜନୈତିକ ଅସ୍ଥିରତା ଜାରି ରହିଛି । ଆଉ ଏହାରି ମଧ୍ୟରେ ରାଜ୍ୟରେ ଆଉ ଏକ ପରିବର୍ତ୍ତନ ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରସ୍ତୁତି ଚଳାଇଛି । ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ପଞ୍ଜାବ କଂଗ୍ରେସରେ ରାଜ୍ୟ ପ୍ରଭାରୀ ମଧ୍ୟ ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ପଞ୍ଜାବର ରାଜ୍ୟ ପ୍ରଭାରୀ ଦାୟିତ୍ୱରୁ ହଟାଇ ଦିଆଯାଇପାରେ । ରାଜନୈତିକ କନ୍ଦଳ ସମୟରେ ରାହୁଲ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ପ୍ରଭାରୀ ଦାୟିତ୍ୱ ମିଳିପାରେ । ହରିଶ ରାୱତ ଶନିବାର ପର୍ଯ୍ୟନ୍ତ ଚଣ୍ଡିଗଡ଼ରେ ରହିବେ ।

ଆଉ ସେଠାରେ ସେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ହୋଇଥିବା ସହମତିକୁ ଅନ୍ତିମ ରୂପ ଦେବା ପାଇଁ କାର୍ଯ୍ୟ କରିବେ । ଗତ ଗୁରୁବାର ଦିନ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ପ୍ରାୟ ତିନି ଘଣ୍ଟାର ବୈଠକ ବସିଥିଲା । ଆଉ ବୈଠକରେ ଏହା ସିଦ୍ଧୁ ହିଁ ଅଧ୍ୟକ୍ଷ ପଦରେ ରହିବେ ବୋଲି କୁହାଯାଇଥିଲା । କିନ୍ତୁ ଏହାର ସମାଧାନ ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯିବା ଉଚିତ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ହରିଶ ଚୌଧୁରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୁହାଯାଉଛି । ୨୦୧୭ ବିଧାନସଭା ନିର୍ବାଚନ ସମୟରେ ପୂର୍ବତନ ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ହରିଶ ଚୌଧରୀ ମଧ୍ୟ ଗତ କିଛି ଦିନ ହେବ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ହୋଇଥିବା ସମସ୍ୟା ସମାଧାନ ପାଇଁ ଚେଷ୍ଟା କରୁଛନ୍ତି ।

   Related Posts