ବଲ୍‌ କି ଗୁଳି ! ପାକିସ୍ତାନ ଦ୍ରୁତ ବୋଲର ଫିଙ୍ଗିଲେ ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ଦ୍ରୁତ ବଲ୍‌

Published By : Prameya-News7 Bureau | October 29, 2021 IST

ଦୁବାଇ ୨୯।୧୦: ଦ୍ରୁତ ବୋଲରଙ୍କ ବିନା ପାକିସ୍ତାନ କ୍ରିକେଟ୍ ଦଳର ଚର୍ଚ୍ଚା ଅଧୁରା ଲାଗିଥାଏ। କ୍ରିକେଟ୍ ଦୁନିଆରେ ସବୁଠୁ ଦ୍ରୁତ ବଲ୍ ଫିଙ୍ଗିବାର ରେକର୍ଡ ସୋଏବ ଅଖତରଙ୍କ ନାମରେ ରହିଛି। ସେମିତିରେ ବି ପାକିସ୍ତାନରୁ ସମୟ ସମୟରେ ସ୍ପିଡଷ୍ଟାରଙ୍କ ଆବିର୍ଭାବ ହୋଇଥାଏ। ହାରିସ ରଉଫ ଆଫଗାନିସ୍ତାନ ବିପକ୍ଷ ଟି-୨୦ ବିଶ୍ଵ କପ୍‌-୨୦୨୧ର ସୁପର-୧୨ର ଗ୍ରୁପ-୨ର ମ୍ୟାଚ୍‌ରେ ଘଣ୍ଟା ପ୍ରତି ୧୫୩ କିଲୋମିଟର ବେଗରେ ବୋଲିଂ କରି ଏହା ସାବ୍ୟସ୍ତ କରିଛନ୍ତି ଯେ, ଏବେ ବି ପାକିସ୍ତାନ ଦଳରେ ଦ୍ରୁତ ବୋଲର ଅଛନ୍ତି।

ହାରିସ ଏହି ଦ୍ରୁତ ବୋଲିଂ ସହ ଟି-୨୦ ବିଶ୍ଵ କପ୍-୨୦୨୧ରେ ସବୁଠୁ ଦ୍ରୁତ ବଲ୍ ଫିଙ୍ଗିବାର ରେକର୍ଡ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଏନରିଚ୍ ନୋତର୍ଜେଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ନୋତର୍ଜେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ୧୫୩ କିମି ବେଗରେ ବୋଲିଂ କରିଛନ୍ତି। ଆଫଗାନିସ୍ତାନର ଇନିଂସର ପଞ୍ଚମ ଓଭରର ଚତୁର୍ଥ ବଲ୍‌ରେ ହାରିସ୍‌ ରଉଫ ବ୍ୟାଟସମ୍ୟାନ କରିମ ଜନ୍ନତଙ୍କୁ ଏହି ବୋଲିଂ କରିଥିଲେ।

ଟୁର୍ଣ୍ଣାମେଣ୍ଟରେ ସବୁଠୁ ଦ୍ରୁତ ବୋଲର ଫିଙ୍ଗିଥିବା ବୋଲର

ହାରିସ ରଉଫ(ପାକିସ୍ତାନ) ଓ ଏନରିଚ୍ ନୋତର୍ଜେ(ଦକ୍ଷିଣ ଆଫ୍ରିକା)- ୧୫୩ kmph

ଶାହିନ ଶାହ ଆଫ୍ରିଦି(ପାକିସ୍ତାନ)- ୧୫୧ kmph

ଦୁଶମନ୍ଥା ଚମିରା(ଶ୍ରୀଲଙ୍କା)- ୧୫୦ kmph

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.