Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଖୋର୍ଦ୍ଧା ହରିରାଜପୁର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

2/12/2018 at 10:42 AM

ଖୋର୍ଦ୍ଧା ୨/୧୨ : ଖୋର୍ଦ୍ଧା ହରିରାଜପୁର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା ଅଭିଯୋଗ | ପୂର୍ବତନ ସମିତି ସଭ୍ୟ ଥିଲେ ରବୀନ୍ଦ୍ର କୁମାର ନାୟକ | ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି | ଖୋର୍ଦ୍ଧାରୁ ଜଟଣୀ ଫେରୁଥିବା ବେଳେ ଆକ୍ରମଣ ହୋଇଥିଲା | ଜଟଣୀ ସବ ରେଜିଷ୍ଟ୍ରାର ଅଫିସ ନିକଟରେ ତାଙ୍କୁ ଆକ୍ରମଣ କରାଯାଇଥିଲା | ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି | ଏନେଇ ପରିବାର ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି | ମାମଲା ଆଧାରରେ ଜଟଣୀ ପୋଲିସ ତଦନ୍ତ କରୁଛି | ସମିତି ସଭ୍ୟ ପରେ ବର୍ତ୍ତମାନ ଏଲ୍ଆଇସି ଏଜେଣ୍ଟ ଭାବେ କାମ କରୁଥିଲେ ରବୀନ୍ଦ୍ର | ଜଟଣୀ ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠେଇଛି।  ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାର ଏକ ହୋଟେଲ ରେ ସାଙ୍ଗମାନଙ୍କ ସହିତ ରାତ୍ରୀ ଭୋଜନ କରି ଜଟଣୀ ଫେରୁଥିବା ବେଳେ ଏ ଘଟଣା ଘଟିଥିଲା । ମୃତକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଟଣୀ ପୋଲିସ୍ ମୃତ ଦେହକୁ ଜବତ କରିଛି। ପରିପାଶ୍ବିକ ପରିସ୍ଥିତିରୁ ମୃତକଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି । ଏ ନେଇ ଜଟଣୀ ପୋଲିସର ଛାନଭିନ୍ ଜାରିରହିଛି।

   Related Posts