ନକଲି ଆପିଏସ ଅଫିସରକୁ ଗିରଫ କଲା ହରିଦ୍ଵାର ପୋଲିସ , ଏହି ପରିଚୟରେ କରୁଥିଲା ଠକାମି

Published By : Prameya-News7 Bureau | March 09, 2019 IST

ହରିଦ୍ଵାର ୯/୪-ନିଜକୁ ଜଣେ ନକଲି ଆପିଏସ ଅଫିସର ଦର୍ଶାଇ ଲୋକଙ୍କୁ କରୁଥିଲେ ଠକେଇ । ଏହି ଘଟଣାରେ ସନ୍ଦିଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଗିରଫ କରିଥିଲା ହରିଦ୍ଵାର ପୋଲିସ । ପୋଲିସର ତନାଘନାପରେ ହରିୟାଣା ରେଲଓ୍ଵେ ପୋଲିସ ଏହି ଘଟଣାର କରିଥିଲା ପର୍ଦ୍ଦାଫାଶ ।

ହରିୟାଣା ରେଲଓ୍ଵେ ଷ୍ଟେସନରେ ଚେକିଂ ଚାଲିଥିଲାବେଳେ ସନ୍ଦିଗ୍ଧ ଅବସ୍ଥାରେ  ରିତେଶ ରାଜପୁତ ଜଣେ ଯୁବକଙ୍କୁ  କରିଥିଲା ଗିରଫ । ତାଙ୍କୁ ଏହି ଘଟଣାରେ  ରେଟଓ୍ଵେ ପୋଲିସ ପଚରାଉଚରା   କଲାପରେ ଜାଣିବାକୁ ପାଇଥିଲା ସବୁକଥା ।

ହରିଦ୍ଵାରରେ ଚେକିଂ ସମୟରେ ରିତେଶକୁ ରେଲଓ୍ଵେ ପୋଲିସ ଗିରଫ କରିବା ପରେ ନିଜର ପରିଚୟ ୨୦୧୫-୧୬ ବ୍ୟାଚର ଆପିଏସ ଅଫିସର ବୋଲି କହିଥିଲା । ପୋଲିସ ରିତେଶକୁ ଅଟକାଇ ବିଭିନ୍ନ କଥା ପଚାରିବା ପରେ ଜଣା ପଡ଼ିଥିଲା ସବୁକଥା ।

ସେ ନିଜର ନକଲି ଆଇକାର୍ଡ଼ ଦେଖାଇ ଲୋକଙ୍କି ଠକୁଥିବା କଥା ଜାଣିପାରିଥିଲା ପୋଲିସ ।

ସେ ନାର୍କୋଟେସ କଣ୍ଟ୍ରୋଲ ବ୍ୟୁରୋ କାମରେ ଉତ୍ତରାଖଣ୍ଡ ଆସିଥିବା କଥା କହିଥିଲା । କିନ୍ତୁ ପୋଲିସ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲା ।

ଏହି ଘଟଣାରେ ରିତେଶକୁ ଗିରଫକରି ପୋଲିସ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.