କାଉଡିଆ ଯାତ୍ରା ପାଇଁ ହରିଦ୍ୱାର ଗଲେ ନିଜ ଖର୍ଚ୍ଚରେ ୧୪ ଦିନ କ୍ଵାରେଣ୍ଟାଇନରେ ରହିବାକୁ ପଡିବ

Published By : Prameya-News7 Bureau | July 02, 2020 IST

ଡେରାଡୁନ ୦୨/୦୭ : କରୋନା ଭାଇରସ ଯୋଗୁଁ ଚଳିତ ବର୍ଷ ହରିଦ୍ୱାରରେ ହେବାକୁ ଥିବା କାଉଡିଆ ଯାତ୍ରା ଉପରେ  ଉତ୍ତରାଖଣ୍ଡ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଚଳିତ ବର୍ଷ କାଉଡିଆ ଯାତ୍ରୀ ଗଙ୍ଗା ନଦୀରୁ ଜଳ ନେଇ ପାରିବେ ନାହିଁ । ଯଦି କେଉଁ ଭକ୍ତ ଲୁଚିକି ହରିଦ୍ୱାର ଆସନ୍ତି ତାହେଲେ ସେ ପ୍ରଶାସନ ନଜରରେ ପଡିଲେ ତାଙ୍କୁ ୧୪ ଦିନ କ୍ଵାରେଣ୍ଟାଇନରେ ରହିବାକୁ ହେବ । କ୍ଵାରେଣ୍ଟାଇନର ପୁରା ଖର୍ଚ୍ଚ କାଉଡିଆଙ୍କୁ ହିଁ ବହନ କରିବାକୁ ହେବ । ସେଥିପାଇଁ ଏଥର କାଉଡିଆ ଯାତ୍ରା ପାଇଁ ହରିଦ୍ୱାର ନ ଯିବା ଭଲ ।

{"id":294793,"sizeSlug":"large"}

ଏ ସମ୍ପର୍କରେ ବୁଧବାର ଦିନ ହରିୟାଣା ଯମୁନାନଗର କାରନାଲ ଉତ୍ତର ପ୍ରଦେଶ ମୁଜାଫରନଗର ସହରଣପୁର ବିଜନୌର ଓ ହରିଦ୍ଵାର ପୋଲିସ ଓ ପ୍ରଶାସନର ଅଧିକାରୀଙ୍କ ସମନ୍ୱୟ ବୈଠକ ବସିଥିଲା ଏବଂ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ କରୋନା ସଂକ୍ରମଣ ମାମଲାରେ କୌଣସି ଅସାବଧାନତା ଗ୍ରହଣ କରାଯିବ ନାହିଁ ।

{"id":294788,"sizeSlug":"large"}

ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ସି. ରବିଶଙ୍କର କହିଛନ୍ତି ଯେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କାଉଡିଆ ଯାତ୍ରା ଉପରେ ପ୍ରତିବନ୍ଧକ ରହିବ । କାଉଡିଆଙ୍କ ସହରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି । କିନ୍ତୁ ଯଦି କେଉଁ କାଉଡିଆ ଲୁଚିକି ସହରରେ ପ୍ରବେଶ କରେ ତାହେଲେ ତାଙ୍କୁ ନିଜ ଖର୍ଚ୍ଚରେ ୧୪ ଦିନ କ୍ଵାରେଣ୍ଟାଇନରେ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

{"id":294792,"sizeSlug":"large"}

ହରିଦ୍ୱାରର ବାର୍ଷିକ କାଉଡିଆ ଯାତ୍ରାରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା ନଦୀରୁ ଜଳ ନେଇ ଶିବ ଭଗବାନଙ୍କ ମନ୍ଦିରରେ ଅର୍ପଣ କରନ୍ତି । କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ କାଉଡିଆ ଯାତ୍ରା ରଦ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.