Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ହରିଦ୍ୱାରରେ ଦିନ ଦ୍ୱିପହରେ ଚାଲିଛି ଦେହ ବ୍ୟବସାୟ: ଆଠ ଜଣ ମହିଳାଙ୍କୁ ଗିରଫ କଲା ପୋଲିସ…

22/09/2019 at 9:32 PM

ହରିଦ୍ୱାର ୨୨|୯: ଭାରତରେ ଥିବା ପବିତ୍ର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ହରିଦ୍ୱାର ଅନ୍ୟତମ। ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ଖୋଲା ସ୍ଥାନରେ ଦିନ ଦ୍ୱିପହରେ ଆଠ ଜଣ ମହିଳା ଦେହ ବ୍ୟବସାୟ ଚଳାଇବା ଘଟଣାରେ ପୁଲିସ ସେମାନଙ୍କୁ ଗିରଫ କରିଛି ।  ଦିନ ଦ୍ୱିପହରରେ ମହିଳାମାନେ ଏପରି କାର୍ଯ୍ୟ କରୁଥିବା ପୁଲିସକୁ ସୂଚନା ମିଳିଥିଲା । ଏହାପରେ ସେମାନଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ହରିଦ୍ୱାର ନିକଟରେ ଥିବା ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ୮ଜଣ ମହିଳା ଏକତ୍ରିତ ହୋଇ ଦେହ ବ୍ୟବସାୟ ଚଳାଇଥିଲେ। ଏପରିକି ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିଲେ। ଏହି ମହିଳାମାନେ ଯାତ୍ରୀଙ୍କୁ ବୁଝାଇସୁଝାଇ ଗ୍ରାହକକରି ହୋଟେଲ ରୁମକୁ ନେଇଯାଉଥିଲେ।

ଗତ ଶୁକ୍ରବାର ସକାଳେ ସିଓ ସିଟି ନିର୍ଦେଶ ଦେବା ପରେ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅଭିଯୁକ୍ତ ଆଠ ଜଣ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ହରିଦ୍ବାର ପବିତ୍ର କ୍ଷେତ୍ର ତେଣୁ  ଏଠାକାର ସୁରକ୍ଷା ବ୍ୟବସ୍ଥା ନେଇ ସାଧାରଣ ଯାତ୍ରୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

   Related Posts