ଜିତିଲେ ହରିବଂଶ : Bigstory Followup

Published By : Prameya-News7 Bureau | August 09, 2018 IST

ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ । ତାଙ୍କ  ସପକ୍ଷରେ ୧୨୫ଖଣ୍ଡ ଭୋଟ ପଡିଛି ।  ନୂଆ ଉପାଧ୍ୟକ୍ଷ ହରିବଂଶଙ୍କୁ  ଅଭିନନ୍ଦନ  ଜଣାଇଛନ୍ତି  ପ୍ରଧାନମନ୍ତ୍ରୀ ମୋଦି ।  କଂଗ୍ରେସ ପ୍ରାର୍ଥୀ  ବି.କେ ହରିପ୍ରସାଦ ଏହି ନିର୍ବାଚନରେ ହାରିଯାଇଛନ୍ତି । ବି.କେ ହରିପ୍ରସାଦଙ୍କ ସପକ୍ଷରେ ପଡିଲା ୧୦୫ଖଣ୍ଡ ଭୋଟ ।  ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିଛି  ବିଜେଡି । ତେବେ  ନିର୍ବାଚନରେ ଏନଡିଏକୁ ସମର୍ଥନ ଜଣାଇଥିବାରୁ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍  ଓରାମ । ତେବେ ହରିବଂଶଙ୍କର ସାମ୍ବାଦିକତା କ୍ଷେତ୍ରରେ ୨୫ ବର୍ଷର ଅଭିଜ୍ଞତା ରହିଛି ।  BHUରୁ ଅର୍ଥନୀତିରେ MA ସହ ସାମ୍ବାଦିକତାରେ ଡିପ୍ଲୋମା କରିଛନ୍ତି ହରିବଂଶ । ନିଜ କ୍ୟାରିଅର ଅରମ୍ଭରୁ ହରିବଂଶ  ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟରତ ଥିଲେ  । ୧୯୮୧-୮୪ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ପରେ ୨୦୧୪ରେ JDUରୁ ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଥିଲେ । ଏହାସହ  ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କର ପରାମର୍ଶଦାତା ଥିଲେ ହରିବଶଂ ନରାୟଣ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.