Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଗୁଜୁରାଟ ମହାନଗର ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସରେ ଫାଟ : ହାର୍ଦ୍ଦିକ ପଟେଲ କହିଲେ-‘ଦଳ ମୋତେ ଉପଯୋଗ କଲାନାହିଁ, କିଛି ନେତା ଗୋଡ ଟାଣୁଛନ୍ତି’

27/02/2021 at 10:32 AM

ଅହମ୍ମଦାବାଦ,୨୭/୦୨:  ଗୁଜୁରାଟ ମହାନଗର ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଫଳାଫଳ ସାମ୍ନାକୁ ଆସିବା ପରେ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଜୋର୍ ଧରିଛି । ଦଳର ନେତା ତଥା ଗୁଜୁରାଟରେ ଏକଦା ବିଜେପିକୁ ବ୍ୟାକଫୁଟକୁ ଠେଲଥିବା ହାର୍ଦ୍ଦିକ ପଟେଲ ନିଜର ଅସନ୍ତୋଶ ବ୍ୟକ୍ତ କରିଛନ୍ତି । ଦଳ ତାଙ୍କ ପାଇଁ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ କରିନଥିଲା ବୋଲି ସେ କହିଛନ୍ତି । ଏପରିକି ତାଙ୍କର ବ୍ୟବହାର କଂଗ୍ରେସ ଠିକସେ କରିପାରିଲା ନାହିଁ । ଯଦି ଅହମ୍ମଦ ପଟେଲ ଥାନ୍ତେ ତେବେ ବିଜେପିକୁ ସହଜ ବିଜୟ ପାଇଁ ରାସ୍ତା ଦେଇନଥାନ୍ତେ ବୋଲି ସେ କହିଛନ୍ତି ।

ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ହାର୍ଦ୍ଦିକ କହିଛନ୍ତି ଯେ, ୨୦୧୫ରେ ବିଭିନ୍ନ ନଗରପାଳିକା, ପଞ୍ଜାୟତରେ କଂଗ୍ରେସ ଭଲ କରିଥିଲା । ଏହା କେବଳ ସଂରକ୍ଷଣକୁ ନେଇ ହୋଇଥିବା ଆନ୍ଦୋଳନ ପାଇଁ ସମ୍ଭବ ହୋଇପାରିଲା । ଏହାକୁ କଂଗ୍ରେସ ସ୍ୱୀକାର କରିବା ଦରକାର । ସେ ଅନେକ ସ୍ଥାନକୁ ଏକା ଯାତ୍ରା କରନ୍ତି । ଲୋକଙ୍କ ସହ ରହିଥାନ୍ତି । ଏହି ଯାତ୍ରା ପିସିସି ନିଷ୍ପତ୍ତି ନେଇନଥାଏ । ସେ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ କିଛି କଂଗ୍ରେସ ନେତା ତାଙ୍କ ଗୋଡ ଟାଣିବାକୁ ଚାହୁଁଛନ୍ତି । ଦଳ ତାଙ୍କୁ ଠିକ୍ ଭାବେ ଉପଯୋଗ କରିପାରୁ ନାହିଁ । ଦଳ କୌଣସି କାମ ମଧ୍ୟ ଦେଉନାହିଁ ।

ସେ ଆହୁରି ମଧ୍ୟ କହଛନ୍ତି ଯେ, ଯଦି ଦଳ ସୁରଟରେ ୨୫ ରାଲି କରିଥାନ୍ତା ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା । ଦଳ ଆତ୍ମଚିନ୍ତନ କରିବା ଦରକାର । ଗୁଜୁରାଟର ସାଢେ ୬ କୋଟି ଲୋକ ବିଜେପିକୁ ସମର୍ଥନ କରୁନାହାଁନ୍ତି । କଂଗ୍ରେସ ଲଢିଲେ ସେମାନେ କଂଗ୍ରେସକୁ ଭୋଟ୍ ଦେବେ ବୋଲି ବିଚାର କରନ୍ତି । ବିଜେପି ୧୨୯ଟି ଆସନ ଜିତିଛି । କାରଣ କଂଗ୍ରେସ ଦଳର ପରିଚାଳନାରେ ତ୍ରୁଟି ଥିଲା । ଦଳ ଆଗାମୀ ଦିନରେ ପୁଣି ଭଲ କରିବ ବୋଲି ସେ କହିଛନ୍ତି ।

   Related Posts