କଂଗ୍ରେସରେ ଯୋଗ ଦେଲେ ହାର୍ଦ୍ଧିକ

Published By : Prameya-News7 Bureau | March 12, 2019 IST

ଅହମଦାବାଦ ୧୨/୩ : ମହାସଂଗ୍ରାମ ୨୦୧୯ ନିର୍ବାଚନକୁ ନେଇ ସବୁ ଦଳର ପ୍ରଚାର, ବୈଠକ, ସମ୍ମିଳନୀ, ରାଲି ଜୋରସୋରରେ ଚାଲିଛି | ବିଜେପି ଓ କଂଗ୍ରେସ ପରସ୍ପରକୁ କଡା ଟକ୍କର ଦେଉଛନ୍ତି | ବିଜେପି ଓ କଂଗ୍ରେସ ମଧ୍ୟରେ ଏଥର ଲଢେଇ ଜୋରଦାର ହେବ ବୋଲି ଆକଳନ କରାଯାଉଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ଘମାସାନ ରାଲି ପରେ କଂଗ୍ରେସର ସ୍ଥିତି ମଧ୍ୟ ଆକ୍ରମଣାତ୍ମକ ହୋଇଥିବା ଦେଖିବାକୁ ମିଳିଛି |

{"id":92864}


ଆଜି ଅହମଦାବାଦରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିଛି | ବୈଠକରେ ମହାମେଣ୍ଟ ରାଜନୀତିକୁ ସହମତି ମିଳିଛି | କେଉଁ ଦଳ କଂଗ୍ରେସରେ ସାମିଲ ହେବ ସେନେଇ ରାହୁଲ ଗାନ୍ଧୀ ନିଷ୍ପତ୍ତି ନେବେ | ସମାନ ବିଚାରଧାରା ରଖୁଥିବା ଦଳଗୁଡିକୁ ମହାମେଣ୍ଟରେ ସାମିଲ କରାଯିବ |

{"id":92865,"width":570,"height":340}


ବୈଠକରେ ସୋନିଆ ଗାନ୍ଧୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଦେଶର ହିତ ପାଇଁ ଏଠାରେ ରାଜନୀତି ହେଉନାହିଁ |

{"id":92866,"width":572,"height":320}


ଗୁଜରାଟର ପଟିଦାର ନେତା ହାର୍ଦ୍ଧିକ ପଟେଲ ମଧ୍ୟ ଆଜି ଏହି ବୈଠକରେ ଯୋଗ ଦେଇଥିଲେ | ହାର୍ଦ୍ଧିକ ପଟେଲ କଂଗ୍ରେସ ଦଳର ସଦସ୍ୟତା କରିବେ | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.