Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ନିଜକୁ ପାଟିଦାରଙ୍କ ନେତା କହୁଥିଲେ, ହେଲେ ନିଜ ଗଡରେ କଂଗ୍ରେସର ଖାତା ଖୋଲି ପାରିଲେନି ହାର୍ଦ୍ଦିକ ପଟେଲ

23/02/2021 at 8:22 PM

ଅହମ୍ମଦାବାଦ ୨୩।୦୨: ସମୟ ଥିଲା ପାଟିଦାରଙ୍କ ଆନ୍ଦୋଳନ ପରେ ସକ୍ରିୟ ରାଜନୀତିକୁ ଆସିଥିବା ହାର୍ଦ୍ଦିକ ପଟେଲ୍ ନିଜର ପ୍ରଥମ ଅଗ୍ନୀ ପରୀକ୍ଷାରେ ବିଫଳ ହୋଇଛନ୍ତି। ଗୁଜରାଟରେ ପାଟିଦାର ସମାଜର ସଂରକ୍ଷଣ ସମେତ ଅନେକ ପ୍ରସଙ୍ଗରେ ନିଜକୁ ବଡ ପାଟିଦାର ନେତା କରିବାକୁ ଚେଷ୍ଟା କରୁଥିବା ହାର୍ଦ୍ଦିକଙ୍କୁ ଏଥର ଗୁଜରାଟ ନଗର ନିଗମ ନିର୍ବାଚନରେ ପୁଣି ପାଟିଦାର ଗଡରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି।

ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଗୁଜରାଟ ନଗର ନିଗମ ନିର୍ବାଚନରେ ଫେଲ୍ ମାରିଛନ୍ତି ଏବଂ ପୂରା ରାଜ୍ୟରେ କଂଗ୍ରେସକୁ ଶୋଚନୀୟ ପରାଜୟର ଭୋଗିବାକୁ ପଡିଛି। ସବୁଠୁ ବଡ କଥା ହାର୍ଦ୍ଦିକ ଯେଉଁ ପାଟିଦାର ସମାଜରୁ ଆସିଛନ୍ତି, ତାଙ୍କ ଗଡରେ ହିଁ କଂଗ୍ରେସ ଖାତା ବି ଖୋଲି ପାରିନି।

ଗୁଜରାଟ ନଗର ନିଗମ ନିର୍ବାଚନରେ ବିଜେପିକୁ ଚାରୋଟି ନିଗମରେ ବହୁମତ ମିଳିଛି। ଏଥିସହ ସୁରଟରେ ବି ପାର୍ଟିକୁ ୯୩ଟି ସିଟ୍‌ରେ ବିଜୟ ମିଳିଛି। ଦ୍ଵିତୀୟରେ ରହିଛି ଅରବିନ୍ଦ୍ର କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି। ଆପ୍‌ ୨୩ଟି ଆସନରେ ବିଜୟୀ ହୋଇଛି। ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କଂଗ୍ରେସର ରହିଛି। ଦେଶର ସର୍ବ ପୁରାତନ ଏହି ଦଳ ଖାତା ମଧ୍ୟ ଖୋଲିବାକୁ ସକ୍ଷମ  ହୋଇ ନାହିଁ।

ଅତୀତକୁ ଯଦି ମନେ ପକାଯିବ ତେବେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟର ସବୁଠୁ ବଡ ପାଟିଦାର ନେତା କୁହାଯାଉଥିଲା। ହାର୍ଦ୍ଦିକଙ୍କ ଲୋକପ୍ରିୟତାକୁ ଦେଖି ତାଙ୍କୁ ଅନେକ ରାଜ୍ୟରେ ପ୍ରଚାର ପାଇଁ ଡକାଯାଉଥିଲା। ଅତୀତରେ କଂଗ୍ରେସର ଅନେକ ବରିଷ୍ଠ ନେତା ହାର୍ଦ୍ଦିକଙ୍କୁ ପାର୍ଟିର ଜନସଭାକୁ ଡକାଉଥିଲେ। ପରେ ଗୁଜରାଟ କଂଗ୍ରେସର ସଭାପତି ଦାୟିତ୍ଵ ହାର୍ଦ୍ଦିକ ପଟେଲଙ୍କୁ ଦିଆଗଲା। ହେଲେ ପାଟିଦାରଙ୍କ ଭୋଟ୍ ବ୍ୟାଙ୍କକୁ  ନିଜ ପକ୍ଷରେ ଟାଣିବାକୁ ପ୍ରୟାସ କରୁଥିବା କଂଗ୍ରେସକୁ ହାର୍ଦ୍ଦିକଙ୍କ ପାଟିଦାର ଗଡରେ ହିଁ ଶୋଚନୀୟ ପରାଜୟ ମିଳିଛି। କଂଗ୍ରେସର ଏହି ପରାଜୟ ପାଇଁ ସିଧାସଳଖ ହାର୍ଦ୍ଦିକ ପଟେଲଙ୍କ ବିଫଳତା କୁହାଯାଉଛି।

   Related Posts