Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଲୋକସଭା ନିର୍ବାଚନ ଲଢ଼ିବେନି ହାର୍ଦ୍ଦିକ : ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

29/03/2019 at 5:07 PM

ନୂଆଦିଲ୍ଲୀ ୨୯/୩ : ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲ ଏଥର ଲୋକସଭା ନିର୍ବାଚନ ଲଢ଼ିବେନାହିଁ | ଗୁଜରାଟ ହାଇକୋର୍ଟ ୨୦୧୫ ମସିହାରେ ମେହସାନାରେ ହୋଇଥିବା ଦଙ୍ଗା ମାମଲାରେ ହାର୍ଦ୍ଦିକ ପଟେଲଙ୍କ ଆବେଦନ ଖାରଜ କରିଦେଇଛନ୍ତି | ହାର୍ଦ୍ଦିକ ପଟେଲ ସଜା ମୁକ୍ତ ହେବା ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ | ଜନପ୍ରତିନିଧି ଆଇନ-୧୯୫୧ ଧାରା ଅନୁଯାୟୀ, ହାର୍ଦ୍ଦିକ ପଟେଲ ଦୋଷୀ ସାବ୍ୟସ୍ତ ହୋଇଥିବା ଯୋଗୁଁ ଚାଳିତଥର ଲୋକସଭା ନିର୍ବାଚନ ଲଢ଼ିପାରିବେ ନାହିଁ |


ବୁଧବାର ଦିନ ଗୁଜରାଟ ସରକାର ହାର୍ଦ୍ଦିକ ପଟେଲଙ୍କ ଦୋଷ ସାବ୍ୟସ୍ତ ଆଦେଶକୁ ସ୍ଥଗିତ ରଖିବା ପାଇଁ ଦାବି କରି ଆବେଦନ କରିଥିଲେ | କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ | ହାର୍ଦ୍ଦିକ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଚାହୁଁଥିଲେ | ସେଥିପାଇଁ କୋର୍ଟରେ ଆବେଦନ କରିଥିଲେ | ସରକାରୀ ଓକିଲ ମିତେଶ ଅମିନ କୋର୍ଟଙ୍କୁ କହିଥିଲେ ଯେ, ହାର୍ଦ୍ଦିକ ପ୍ରାୟ ୧୭ଟି ମାମଲା ସାମ୍ନା କରୁଛନ୍ତି | ଯେଉଁଥିରୁ ସଫାସଫା ଜଣାପଡୁଛି ଯେ, ହାର୍ଦ୍ଦିକଙ୍କ ଚରିତ୍ର କିଭଳି ହୋଇଥିବ | ସରକାରୀ ଓକିଲଙ୍କ କଥାରେ ଯୁକ୍ତି କରିଥିଲେ ହାର୍ଦ୍ଦିକଙ୍କ ଓକିଲ | ସେ କହିଥିଲେ ଯେ, ଯଦି ସ୍ଥଗିତାଦେଶ ଜାରି ନକରାଯାଏ ତାହେଲେ ହାର୍ଦ୍ଦିକଙ୍କୁ ଅନେକ କ୍ଷତି ସହିବାକୁ ପଡିବ | ସୂଚନାଯୋଗ୍ୟ ଯେ, ୨୦୧୮ ଜୁଲାଇ ମାସରେ କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ | ଏବେ ହାର୍ଦ୍ଦିକ ଜାମିନରେ ଅଛନ୍ତି |


ମାର୍ଚ୍ଚ ୧୨ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ସାମିଲ ହୋଇଥିଲେ | ହାର୍ଦ୍ଦିକ ଜାମନଗର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା | ଗାନ୍ଧୀନଗରରେ ଆୟୋଜିତ ହୋଇଥିବା ଏକ ଜନସଭାରେ ହାର୍ଦ୍ଦିକ କହିଥିଲେ ଯେ, ସେ ଗୁଜରାଟର ୬ କୋଟି ଜନତାଙ୍କ କାମ କରିବାକୁ ଚାହୁଁଛନ୍ତି |

   Related Posts