Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ହାର୍ଦ୍ଦିକ ପଟେଲଙ୍କୁ ବଡ ଦାୟିତ୍ଵ, ଗୁଜରାଟ କଂଗ୍ରେସର ସଭାପତି ପଦରେ ନିଯୁକ୍ତ

11/07/2020 at 8:18 PM

ଅହମ୍ମଦାବାଦ ୧୧।୦୭: ଦୀର୍ଘ ସମୟ ଧରି ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା ଗୁଜରାଟ କଂଗ୍ରେସ ହାର୍ଦ୍ଦିକ ପଟେଲଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତ କରିଛି। ହାର୍ଦ୍ଦିକ ପଟେଲଙ୍କୁ ଅଚାନକ ଏତେ ବଡ ଦାୟିତ୍ଵ ଦିଆଯିବା ପଛରେ କଂଗ୍ରେସ୍‌ କିଛି ବଡ ରଣନୀତି ଥାଇପାରେ। ପାଟିଦାର ଆନ୍ଦୋଳନରୁ ଲୋକଲୋଚନକୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଅନେକ କେସ୍‌ ଚାଲିଛି। ଗତ ସମୟରୁ ହାର୍ଦ୍ଦିକ ପଟେଲ କଂଗ୍ରେସରେ ବହୁତ ସକ୍ରିୟ ଅଛନ୍ତି।

ହାର୍ଦ୍ଦିକ ପଟେଲଙ୍କୁ ତୁରନ୍ତ ପ୍ରଭାବରୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ଦେବା ନିଷ୍ପତ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ପକ୍ଷରୁ ନିଆଯାଇଛି। ଏହା ବ୍ୟତୀତ ମହେନ୍ଦ୍ର ସିଂହ ପରମାରଙ୍କୁ ଆନନ୍ଦ ଜିଲ୍ଲା, ଆନନ୍ଦ ଚୌଧୁରୀଙ୍କୁ ସୁରଟ ଏବଂ ୟାସିନ ଗଜ୍ଜନଙ୍କୁ ଦ୍ଵାରକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି।

ହାର୍ଦ୍ଦିକ ପଟେଲଙ୍କ ନିଯୁକ୍ତି ପରେ କଂଗ୍ରେସ ଆର୍ଥିକ ଭାବେ ସଂପନ୍ନ ପାଟିଦାର ସମୁଦାୟରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ଉଦ୍ୟମ କରିବ। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିବା ହାର୍ଦ୍ଦିକ ପଟେଲ ପାଟିଦାର ପାଇଁ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରତିଶ୍ରୁତି ଦେଇ ନିର୍ବାଚନ ପ୍ରଚାର କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ଗାନ୍ଧିନଗର ଜିଲ୍ଲାରେ ଏକ ରାଲିରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ହାର୍ଦ୍ଦିକ କଂଗ୍ରେସରେ ଯୋଗ ଦେଇଥିଲେ।

   Related Posts