ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା : ବିରାଟ କୋହଲି ଦେଲେ ତାଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | June 01, 2020 IST

ମୁମ୍ବାଇ ୧/୬: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାବୀ ପତ୍ନୀ ନତାଶା ଷ୍ଟାଙ୍କୋଭିକ୍ ଖୁବ୍ ଶୀଘ୍ର ନିଜ ପ୍ରଥମ ସନ୍ତାନକୁ ସ୍ବାଗତ କରିବେ। ଠିକ୍ ଅନ୍ଦାଜା ଲଗାଇଛନ୍ତି,ନତାଶା ଗର୍ଭବତୀ। ୨ ସେଲିବ୍ରିଟି ସୋସିଆଲ ମିଡିଆରେ ଫଟୋ ସେୟାର କରି ତାଙ୍କ ଫ୍ୟାନଙ୍କୁ ଏହି ଖୁସି ଖବର ଦେଇଛନ୍ତି।

{"id":279456,"sizeSlug":"large"}

 ନତାଶା ଲେଖିଛନ୍ତି-‘ହାର୍ଦ୍ଦିକ ଏବଂ ସେ ଏବେ ସୁଦ୍ଧା ବହୁତ ସ୍ମରଣୀୟ ମୁହୂର୍ତ୍ତ ଏକାଠି କଟାଇଛନ୍ତି ଏବଂ ଏବେ ଏହା ଆହୁରି ଭଲ ହେବ। ସେମାନେ ଦୁହେଁ ଏକ ନୂଆ ଜୀବନକୁ ସ୍ବାଗତ କରିବା ପାଇଁ ଉତ୍ସାହିତ ଅଛନ୍ତି। ସେମାନେ ଏହି ନୂଆ ନିଷ୍ପତ୍ତି ପାଇଁ ବହୁତ ଏକ୍ସାଇଟେଡ ଅଛନ୍ତି ଏବଂ ସମସ୍ତଙ୍କଠୁ ଆଶୀର୍ବାଦ ଏବଂ ଶୁଭକାମନା ଚାହୁଁଛନ୍ତି।’

{"id":279465,"sizeSlug":"large"}

ଏହା ପରଠୁ ସୋସିଆଲ୍ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କୁ ଶୁଭେଚ୍ଛା ମିଳିବା ଆରମ୍ଭ ହୋଇଗଲାଣି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ଲେଖିଛନ୍ତି,‘ଆପଣ ଦୁଇଜଣଙ୍କୁ ଶୁଭକାମନା। ଆପଣଙ୍କ ପରିବାରରେ ତୃତୀୟ ସଦସ୍ୟଙ୍କ ପାଇଁ ବହୁତ ପ୍ରେମ ଏବଂ ପ୍ରାର୍ଥନା’।

{"id":279466,"sizeSlug":"large"}

ଭାରତୀୟ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ହାର୍ଦ୍ଦିକ ଏବଂ ନତାଶାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ,‘ ହାର୍ଦ୍ଦିକ ଏବଂ ନତାଶାଙ୍କୁ ଶୁଭେଚ୍ଛା’।

{"id":279467,"sizeSlug":"large"}

ଏହା ବ୍ୟତୀତ ୟୁଜବେନ୍ଦ୍ର ଚହଲ,ଦ୍ରୃତ ବୋଲର ମହମ୍ମଦ ଶମି ଏବଂ ମୁମ୍ବାଇ ଇଣ୍ଡିଆନ୍ସର ତାଙ୍କ ଟିମ୍ ସାଥୀ ଈଶାନ୍ କିଶାନ ମଧ୍ୟ ଶୁଭ କାମନା ଜଣାଇଛନ୍ତି।

{"id":279468,"sizeSlug":"large"}

 ହାର୍ଦ୍ଦିକ ମଧ୍ୟ ଇନଷ୍ଟାଗ୍ରାମରେ ଏହି ଫଟୋକୁ ସେୟାର କରି ନତାଶାଙ୍କ ସହ ନିଜ ଜୀବନର ଏହି ନୂଆ ଫେଜକୁ ସେୟାର କରିଛନ୍ତି। ସେ ବି ଲୋକଙ୍କଠୁ ପ୍ରାର୍ଥନା ଏବଂ ଆଶୀର୍ବାଦ ମାଗିଛନ୍ତି।

{"id":279452,"sizeSlug":"large"}

ନତାଶାଙ୍କ ଦ୍ବାରା ସେୟାର କରାଯାଇଥିବା ଫଟୋରେ ସେ ବେବି ବମ୍ପ୍ ସହ ନଜର ଆସୁଛନ୍ତି। ହାର୍ଦ୍ଦିକ ତାଙ୍କ ପେଟରେ ହାତ ରଖି ଗର୍ଭଧାରଣର ହିଣ୍ଟ୍ ଦେଇଛନ୍ତି। ଦୁହେଁ ଏକାଠି ବହୁତ ଖୁସି ଥିବା ଜଣା ପଡ଼ୁଛନ୍ତି।

{"id":279458,"sizeSlug":"large"}

ଏବର୍ଷ ନ୍ୟୁ ଇୟରରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଉଭୟେ ଦୁବାଇରେ ନିର୍ବନ୍ଧ କରି ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

{"id":279461,"width":588,"height":413,"sizeSlug":"large"}

ଏହା ପରଠୁ ସେମାନେ ଚର୍ଚ୍ଚାରେ ଥିଲେ। ନତାଶାଙ୍କ ଏକ୍ସ-ବୟଫ୍ରେଣ୍ଡ ମଧ୍ୟ ତାଙ୍କୁ ନୂଆ ଜୀବନ ପାଇଁ ଓ୍ବିଶ୍ କରିଥିଲେ।

{"id":279462,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.