ମୁମ୍ବାଇକୁ ବୋଝ ହାର୍ଦ୍ଦିକ ପାଣ୍ଡ୍ୟା ! ବ୍ୟାଟିଂରେ ଫ୍ଲପ୍, ଏବେସୁଦ୍ଧା କରିନାହାଁନ୍ତି ବୋଲିଂ

Published By : Prameya-News7 Bureau | April 24, 2021 IST

ମୁମ୍ବାଇ,୨୪/୦୪  ଆଇପିଏଲର ସବୁଠାରୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ସଙ୍ଘର୍ଷ କରୁଛି । ଦଳ ୫ଟି ମ୍ୟାଚରୁ ୨ଟିରେ ଜିତିଥିବା ବେଳେ ୩ଟିରେ ପରାସ୍ତ ହୋଇ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଯେଉଁ ଖେଳାଳି ଦଳର ମ୍ୟାଚ୍ ଓ୍ୱିନର ଥିଲେ ସେମାନେ ଏବେ ଫ୍ଲପ୍ ହେଉଛନ୍ତି ।

ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୫ ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ହୋଇଛନ୍ତି । ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ଏବେସୁଦ୍ଧା ବୋଲିଂ ମଧ୍ୟ କରିନାହାଁନ୍ତି । ସେ ବହୁତ ଜଲଦି ବୋଲିଂ କରିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି । ତେବେ ଦଳ ଉପରେ ବୋଝ ବଢିବାରେ ଲାଗିଛି ।

ଆଇପିଏଲ ୨୦୨୧ରେ ହାର୍ଦ୍ଦିକ ଗୋଟିଏ ମ୍ୟାଚରେ ହେଲେ ୨୦ ଛୁଇଁନାହାଁନ୍ତି । ସେ ଆରସିବି ବିପକ୍ଷରେ ୧୩, କୋଲକାତା ବିପକ୍ଷରେ ୧୫, ସନରାଇଜର୍ସ ବିପକ୍ଷରେ ୭, ଦିଲ୍ଲୀ ବିପକ୍ଷରେ ୦ ଓ ପଞ୍ଜାବ ବିପକ୍ଷରେ ୧ ରନ୍ କରି ଆଉଟ୍ ହୋଇଥିଲେ । ମୋଟ୍ ୫ଟି ମ୍ୟାଚରୁ ମାତ୍ର ୩୬ ରନ୍ କରିଛନ୍ତି ହାର୍ଦ୍ଦିକ ।

ହାର୍ଦ୍ଦିକଙ୍କ ଖରାପ ପ୍ରଦର୍ଶନର ପ୍ରଭାବ ମୁମ୍ବାଇ ଉପରେ ପଡିଛି । ପଞ୍ଜାବ ବିପକ୍ଷରେ ୯ ଓ୍ୱିକେଟରେ ହାରିବା ପରେ ଦଳର ଚିନ୍ତା ଆହୁରି ବଢିଯାଇଛି । ଦଳ ସବୁଠାରୁ ସଫଳ ଟିମ୍ ହୋଇଥିଲେ ମଧ୍ୟ ଏଥର କିନ୍ତୁ ଫେଲ୍ ମାରିଛି । ହାର୍ଦ୍ଦିକଙ୍କ ବାବଦରେ ଟିମ୍ ମ୍ୟାନେଜମେଣ୍ଟ କିଛି କଠୋର ନିଷ୍ପତ୍ତି ନେବାକୁ ଯୋଜନା କରୁଥିବା ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.