ବାପାର ଦାୟିତ୍ବ ତୁଲାଇବାରେ ବ୍ୟସ୍ତ ହାର୍ଦ୍ଦିକ ପାଣ୍ଡ୍ୟା : ପୁଅକୁ କ୍ଷୀର ପିଆଉଥିବାବେଳେ କହିଲେ ହୃଦୟସ୍ପର୍ଶୀ କଥା

Published By : Prameya-News7 Bureau | December 13, 2020 IST

ମୁମ୍ବାଇ ୧୩/୧୨: ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାଖାପାଖି ୪ମାସ ପରେ ଘରକୁ ଫେରିଛନ୍ତି ଏବଂ ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ପାଣ୍ଡ୍ୟା ୟୁଏଇରେ ହୋଇଥିବା ଆଇପିଏଲରେ ଖେଳିବା ପରେ ସେଠାରୁ ସିଧା ଅଷ୍ଟ୍ରେଲିଆ ଅଭିଯାନ ପାଇଁ ବାହାରି ପଡ଼ିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଟି20 ସିରିଜ ଜିତିବା ପରେ ପାଣ୍ଡ୍ୟା କହିଥିଲେ ଯେ ତାଙ୍କୁ ତାଙ୍କ ପୁଅ କଥା ମନେ ପଡ଼ୁଛି ଏବଂ ସେ ଟେଷ୍ଟ୍ ସିରିଜ ପୂର୍ବରୁ ଘରକୁ ଫେରିବାକୁ ଚାହୁଁଛନ୍ତି।

{"id":376767,"sizeSlug":"large","linkDestination":"none"}

ପାଣ୍ଡ୍ୟା ଶୁକ୍ରବାର ଘରକୁ ଫେରି ଯାଇଥିଲେ ଏବଂ ସେବେଠାରୁ ସେ ନିଜ ପୁଅ ଅଗସ୍ତ୍ୟ ସହ କ୍ବାଲିଟି ସମୟ ବିତାଉଛନ୍ତି। ସେ କେତେବେଳେ ପୁଅ ସହ ଖେଳୁଛନ୍ତି ତ କେତେବେଳେ ତାକୁ କୋଳରେ ଶୁଆଇ କ୍ଷୀର ପିଆଉଛନ୍ତି।

{"id":376768,"width":581,"height":439,"sizeSlug":"large","linkDestination":"none"}

ପାଣ୍ଡ୍ୟା ପୁଅ ସହ ସୋସିଆଲ୍ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ପୁଅକୁ କୋଳରେ କ୍ଷୀର ପିଆଉଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରିବା ସହ ପାଣ୍ଡ୍ୟା ଏକ ହୃଦୟସ୍ପର୍ଶୀ କଥା କହିଛନ୍ତି।

{"id":376769,"width":577,"height":287,"sizeSlug":"large","linkDestination":"none"}

ପାଣ୍ଡ୍ୟା କହିଛନ୍ତି ଯେ ସେ ଦେଶ ପାଇଁ ଖେଳିବା ପରେ ଏବେ ବାପାଙ୍କ ଦାୟିତ୍ବ ତୁଲାଉଛନ୍ତି। ସେ କ୍ୟାପସନ୍ ଦେଇଛନ୍ତି ଯେ ‘ଜାତୀୟ କର୍ତ୍ତବ୍ୟରୁ ବାପାର କର୍ତ୍ତବ୍ୟ।’

{"id":376770,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.