ନଟିଂହାମ ଟେଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ
20/08/2018 at 4:55 AM

ନଟିଂହାମ ଟେଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ବଳରେ ସିରିଜକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି ଟିମ୍ ଇଣ୍ଡିଆ। ପାଣ୍ଡ୍ୟା ୨୮ ରନ ଦେଇ ୫ଟି ୱିକେଟ ଅକ୍ତିଆର କରି କେବଳ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ କରିନଥିଲେ, ଭାରତକୁ ସିରିଜକୁ ଫେରିବାକୁ ସମ୍ଭାବନା ସୃଷ୍ଟି କରିଛନ୍ତି। ଏବେ ମ୍ୟାଚ ଭାରତର ନିୟନ୍ତ୍ରଣରେ। ଦ୍ବିତାୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୁଇ ୱିକେଟ ହରାଇ କରିଛି ୧୨୪ ରନ୍। କ୍ରିଜରେ ଅପରାଜିତ ଅଛନ୍ତି ଚେତେଶ୍ବର ପୂଜାରା ଓ ବିରାଟ କୋହଲି। ପ୍ରଥମ ପାଳିରେ ଆଗୁଆ ଭିତ୍ତିରେ ଏବେ ଇଂଲଣ୍ଡଠାରୁ ଭାରତ ୨୯୨ରନରେ ଆଗୁଆ ରହିଛି।ମ୍ୟାଚର ଆହୁରି ତିନି ଦିନ ଖେଳ ବାକିଥିବାରୁ ଭାରତ ଅଧିକରୁ ଅଧିକ ରନ୍ ସଂଗ୍ରହ କରି ଇଂଲଣ୍ଡକୁ ଚାପରେ ରଖିବାକୁ ଚାହିଁବ। ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୩୨୯ ରନ କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ପାଳିରେ ମାତ୍ର ୧୬୧ରେ ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତଠାରୁ ୧୬୮ରନରେ ପଛରେ ପଡିଯାଇଥିଲା ଇଂଲଣ୍ଡ । ପ୍ରଥମ ପାଳିରେ ଭଳ ମୁଳଦୁଆ ପକାଇଥିବା ଧାୱନ-ରାହୁଲ ଯୋଡି ଦ୍ପିତୀୟ ପାଳିରେ ମଧ୍ୟ ଭଲ ଆରମ୍ଭ କରି ମ୍ୟାଚରେ ଭାରତର ସ୍ଥିତିକୁ ମଜବୁତ କରିଥିଲେ।