ପିତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପାଣ୍ଡ୍ୟା: ଭାବବିହ୍ୱଳ ହୋଇ ସେୟାର କଲେ ଭିଡିଓ

Published By : Prameya-News7 Bureau | January 23, 2021 IST

ମୁମ୍ବାଇ ୨୩/୦୧ : ନିକଟରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୄଣାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତ ହୋଇଛି। ପିତାଙ୍କ ଦେହାନ୍ତ ପରେ ପାଣ୍ଡ୍ୟା ବ୍ରଦର୍ସ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଶନିବାର ଦିନ ପିତାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡିକୁ ମନେପକାଇ ଭାବବିହ୍ୱଳ ହୋଇପଡିଛନ୍ତି। ସେ ପିତାଙ୍କ ସହ ବିତେଇଥିବା ସମୟର ଏକ ଇମୋସନାଲ୍ ଭିଡିଓ ସେୟାର୍ କରିଛନ୍ତି। ବଡୋଦରାରେ ହୃଦଘାତ ଯୋଗୁଁ ହିମାଂଶୁଙ୍କ ଦେହାନ୍ତ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ କୄଣାଲ ପାଣ୍ଡ୍ୟା ବଡୋଦରା ଟିମର ବାୟୋ ବବଲ୍ ରୁ ବାହାରି ଯାଇଥିଲେ। ସେ ସେୟଦ ମୁସ୍ତାକ ଅଲି ଟିମରେ ବଡୋଦାର ନେତୃତ୍ୱ ନେଇଥିଲେ।

{"id":397123,"sizeSlug":"large","linkDestination":"none"}

ହାର୍ଦ୍ଦିକ ଓ କୄଣାଲଙ୍କୁ ସଫଳ କ୍ରିକେଟର ଭାବେ ଗଢି ତୋଳିବାରେ ପିତାଙ୍କ ହାତ ରହିଥିଲା। ପୁଅଙ୍କୁ କ୍ରିକେଟର କରିବାକୁ ସେ ସହର ବି ବଦଳାଇ ଦେଇଥିଲେ। ସେ ନିଜ ବ୍ୟବସାୟ ମଧ୍ୟ ବନ୍ଦ କରିଦେଲେ ଓ ଅନ୍ୟ ସହରରେ ବାସ କଲେ ଯେପରି ଦୁଇ ପୁଅ କ୍ରିକେଟ ଖେଳି ପାରିବେ।

wp:embed {"url":"https://twitter.com/hardikpandya7/status/1352894833682165760","type":"rich","providerNameSlug":"twitter","responsive":true,"className":""}
https://twitter.com/hardikpandya7/status/1352894833682165760
/wp:embed

ପାଣ୍ଡ୍ୟା ବ୍ରଦର୍ସଙ୍କ ପିତା ହିମାଂଶୁ ପାଣ୍ଡ୍ୟା ସୁରଟରେ କାର ଫାଇନାନ୍ସ କରିବାର ଏକ ଛୋଟ ବ୍ୟବସାୟ କରୁଥିଲେ। ଏହି ବ୍ୟବସାୟ ବନ୍ଦ କରି ସେ ବଡୋଦରା ଚାଲି ଆସିଥିଲେ। ସେତେବେଳେ ହାର୍ଦ୍ଦିକଙ୍କୁ ୫ ବର୍ଷ ବୟସ ହୋଇଥିଲା। ସେଠାରେ ସେ ଦୁଇ ପୁଅଙ୍କୁ କିରଣ ମୋରେ ଏକାଡେମୀରେ ଆଡ଼ମିସନ କରାଇଥିଲେ।

{"id":397124,"sizeSlug":"large","linkDestination":"none"}

ସେତେବେଳେ ତାଙ୍କ ପରିବାର ଆର୍ଥିକ ଭାବେ ସ୍ୱଚ୍ଛଳ ନଥିଲା। ସେତେବେଳେ ସେମାନେ ଭଡା ଘରେ ରହୁଥିଲେ। ତଥାପି ଦୁଇ ପୁଅଙ୍କୁ କେବେ କୌଣସି ଜିନିଷରେ ଅଭାବ ରଖିନଥିଲେ ପିତା। ପିତାଙ୍କୁ ହରେଇ ପାଣ୍ଡ୍ୟା ବ୍ରଦର୍ସ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.