ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍‌ରେ ପାଣ୍ଡ୍ୟାକୁ ମିଳିଲାନି ସ୍ଥାନ, ପ୍ରଶ୍ନ କଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ,୦୮/୦୫: ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ବିସିସିଆଇ । ତେବେ ଦଳରେ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିନାହିଁ। ଯାହାକୁ ନେଇ ଅନେକ ପୂର୍ବତନ ଖେଳାଳି ଓ ଚୟନକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି ।

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି ଯେ, ଅଲରାଉଣ୍ଡର ବୋଲିଂ କରିପାରୁ ନାହିଁ, ତାମାନେ ନୁହେଁ ଯେ ତାଙ୍କୁ କେବଳ ବ୍ୟାଟସମ୍ୟାନ୍ ଭାବିବ । ସେ ଇଂଲଣ୍ଡ ଗସ୍ତରେ ଯାଇଥିଲେ ତାଙ୍କ ଭୂମିକା ବ୍ୟାଟସମ୍ୟାନଠୁ ଅଧିକ ରହିଥାନ୍ତା । ପଣ୍ଡ୍ୟା ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ଦଳରେ ସାମିଲ ଥିଲେ ।

ସ୍ପୋର୍ଟସକିଡା ସହ କଥା ହୋଇ ପ୍ରସାଦ କହିଛନ୍ତି ଯେ, ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ବୋଲିଂ ନକରିବାକୁ କୁହାଯାଇଥିଲା । ତାଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଓ ଇଂଲଣ୍ଡ ଗସ୍ତ ପାଇଁ ସୁଯୋଗ ମିଳିବାର ଥିଲା । କିନ୍ତୁ ଦଳରେ ହନୁମା ବିହାରୀ ଓ ଅନ୍ୟ ମିଡିର ଅର୍ଡର ବ୍ୟାଟ୍ସମ୍ୟାନ ରହିଛନ୍ତି ।

ପାଣ୍ଡ୍ୟା ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଅଳ୍ପ ବ୍ୟାଟିଂ କରିଥିଲେ । ଏହାପରେ ଇଂଲଣ୍ଡ ବିପକ୍ଷ ଦିନିକିଆରେ କିଛି ଓଭର ବୋଲିଂ କରିଥିଲେ । ତାଙ୍କୁ ମୁଖ୍ୟତଃ ବ୍ୟାଟସମ୍ୟାନ୍ ଭାବେ ବ୍ୟବହାର କରାଯାଇଥିଲା । ଗତଥର ଯେବେ ଇଂଲଣ୍ଡ ଭାରତରେ ଟେଷ୍ଟ ସିରିଜ ଖେଳଥିଲା, ସେହି ସମୟରେ ପାଣ୍ଡ୍ୟା ଗୋଟିଏ ମ୍ୟାଚରେ ୫ଟି ଓ୍ୱିକେଟ୍ ନେଇଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଣ୍ଡ୍ୟା ବୋଲିଂ ପାଇଁ ଫିଟ୍ ଥିଲେ ତାଙ୍କୁ ଚୟନ କରାଯିବା ଦରକାର ଥିଲା । କିନ୍ତୁ ତାଙ୍କୁ ଏପରି କରାଯାଇଛି ଯେମିତିକି ବୋଲିଂ କଲେ ହିଁ ଦଳରେ ସ୍ଥାନ ପାଇବେ । ଯଦି ସେ ଦିନକୁ ୧୨ରୁ ୧୫ ଓଭର ବୋଲିଂ କରିପାରିବେ ତାହା ମଧ୍ୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ ।  ସେ ୨୦୧୮ରେ ନଟିହାଂମରେ ମଧ୍ୟ ଏହା କରିଥିଲେ । ଏହାସହ ୫ଟି ଓ୍ୱିକେଟ୍ ମଧ୍ୟ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.