ଏହି ଅଭିନେତ୍ରୀଙ୍କୁ ଆସନ୍ତା ମାସ ବିବାହ କରିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା
21/10/2019 at 4:40 PM

ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। ହାର୍ଦ୍ଦିକଙ୍କ ନାଁ ବଲିଉଡ ଅଭିନେତ୍ରୀ ଉର୍ବଶୀ, ଇଶା ଗୁପ୍ତା, ଏଲିଙ୍କ ସହ ଯୋଡା ଯାଉଥିଲା ସତ ହେଲେ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ଯେ, ଏବେ ହାର୍ଦ୍ଦିକଙ୍କ ଦିଲ ନତାଶା ଷ୍ଟାଙ୍କବିକଙ୍କ ଉପରେ ଆସିଛି। ନତାଶା ଏବେ ନଚ ବଲିଏ ୯ରେ ଦେଖିବାକୁ ମିଳୁଛନ୍ତି। ରିପୋର୍ଟ ଅନୁସାରେ ନିକଟରେ ହାର୍ଦ୍ଦିକ ନିଜ ମା ବାପାଙ୍କ ସହ ନତାଶାଙ୍କୁ ଭେଟ କରାଇଥିଲେ।

ନତାଶା ଇନ୍ଷ୍ଟାଗ୍ରାମରେ ହାର୍ଦ୍ଦିକଙ୍କ ପାଇଁ ଗୋଟେ ମେସେଜ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ହାର୍ଦ୍ଦିକଙ୍କ ସହ ସମୟ କାଟି ତାଙ୍କ ବହୁତ ଭଲ ଲାଗିଛି। ହାର୍ଦ୍ଦିକଙ୍କର କିଛିଟା ଗୁଣ ତାଙ୍କୁ ମଜବୁତ କରାଏ। ଏହା ସହ ନତାଶା ଲେଖିଛନ୍ତି ଯେ, ହାର୍ଦ୍ଦିକ ସମସ୍ତଙ୍କ ପାଇଁ କୌଣସି ପ୍ରେରଣାଠୁ କମ ନୁହେଁ। ନତାଶା ହାର୍ଦ୍ଦିକଙ୍କ ପାଇଁ ବହୁତ ଗର୍ବିତ ବୋଲି କହିଛନ୍ତି।