Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପାଣ୍ଡ୍ୟା ମ୍ୟାଚ୍ ପରେ ବଖାଣିଲେ ଖୁସି : ଶେଷ ଓଭରରେ ପଞ୍ଜାବର ସ୍ପିନରଙ୍କୁ ବୋଲିଂ ଏଣ୍ଡ୍‌ରେ ଦେଖି କହିଲେ, ‘ମୋ ମନ ଉଡିଲା’

2/10/2020 at 5:33 PM

ଦୁବାଇ, ୦୨ ।୧୦:   କିଙ୍ଗସ୍ ଏକାଦଶ ପଞ୍ଜାବ ଶେଷ ଓଭରରେ ସ୍ପିନରଙ୍କୁ ବୋଲିଂ କରିବାକୁ ଦେଇଥିଲା । ଏହା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା ବୋଲି ମୁମ୍ବାଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ।

ପାଣ୍ଡ୍ୟା କହିଛନ୍ତି ଯେ, ଯେତେବେଳେ ସ୍ପିନର କୃଷ୍ଣାପ୍ପା ଗୌତମ ବୋଲିଂ କରିବାକୁ ଆସିଲେ ସେତେବେଳେ କିରନ ପୋଲାର୍ଡ ଖୁସି ଜଣାପଡୁଥିଲେ । ଏହି ଓଭରରେ ୨୫ ରନ୍ ସଂଗ୍ରହ ହୋଇଥିଲା ।

ପୋଲାର୍ଡ ଏହି ଓଭରରେ ତିନୋଟି ଛକା ଲଗାଇଥିଲେ । ପାଣ୍ଡ୍ୟା ଗୋଟିଏ ଛକା ମାରିଥିଲେ । ଫଳରେ ମୁମ୍ବାଇ ୪ ଓଭରରେ ୧୯୧ ରନ୍ କରିପାରିଥିଲା । ଏହି ଦୁଇ ଖେଳାଳି ଶେଷ ୨୩ ବଲ୍‌ରୁ ୬୭ ରନ୍ ସ୍କୋର କରିଥିଲେ । ଦଳ ଏହି ମ୍ୟାଚକୁ ୪୮ ରନ୍‌ରେ ଜିତି ନେଇଥିଲା ।

ଆଇପିଏଲର ଓ୍ୱେବସାଇଟରେ ପାଣ୍ଡ୍ୟା ନିଜ ଭାଇ କୃଣାଲ ପାଣ୍ଡ୍ୟାଙ୍କ ସହ ଆଲୋଚନାରେ କହିଛନ୍ତି ଯେ, ଗୌତମଙ୍କୁ ବୋଲିଂ ମିଳିବା ପରେ ସେ ଖୁସି ହୋଇଯାଇଥିଲେ । ଏପରିକି ମୁହଁରେ ପାଣି ଆସିଯାଇଥିଲା । ମନ ଉଡିଥିଲା । ଏହି ଅନୁଭବ ବୟାନ କରିହେବ ନାହିଁ । ପୋଲାର୍ଡ ପ୍ରହାର କରିଥିଲେ । ସେ ନିଜେ ଦୁଇଟି ବଲରୁ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲେ । କେବଳ ଗୋଟିଏ ବଲରେ ଛକା ହୋଇଥିଲା । ଅନ୍ୟ ତିନୋଟି ଛକା ପୋଲାର୍ଡ ଲଗାଇଥିଲେ ।

ଏହି ୨୬ ବର୍ଷୀୟ ଅଲରାଉଣ୍ଡର ଜଣଙ୍କ ଆହୁରି କହିଛନ୍ତି ଯେ, ସେ ଇଣ୍ଡିଜ ଖେଳାଳିଙ୍କ ସହ ବ୍ୟାଟିଂ କରିବାକୁ ଭଲପାଆନ୍ତି । ଯେତେବେଳେ ସେ କ୍ରିଜକୁ ଆସିଲେ ବଡ ସଟ୍ ଖେଳିବେ ବୋଲି ସ୍ଥିର କରିଥିଲେ ବୋଲି କହିଛନ୍ତି ।

   Related Posts