ପାଣ୍ଡ୍ୟା ଫିଟ୍ ! ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର

Published By : Prameya-News7 Bureau | October 26, 2021 IST

ନୁଆଦିଲ୍ଲୀ,୨୬/୧୦:   ଟି୨୦ ବିଶ୍ୱକପରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଦଳର ଖରାପ ପ୍ରଦର୍ଶନକୁ ଟ୍ରୋଲ କରାଯାଉଛି । ଦଳ ନିଜର ଆଗାମୀ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ମୁକାବିଲା ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଭଲ ଖବର ଆସିଛି । ଷ୍ଟାର ଅଳରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହୋଇଛନ୍ତି ଓ ସେ ମୁକାବିଲା ଖେଳିବେ ବୋଲି ଆଶା କରାଯାଉଛି ।

ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମୁକାବିଲାରେ ବ୍ୟାଟିଂ କରିବା ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ତାଙ୍କ ବଦଳରେ ଇଶାନ କିଷାନ ଫିଲ୍ଡିଂ ପାଇଁ ପଡିଆକୁ ଓହ୍ଲାଇଥିଲେ । ଏହାପରେ ଟିମ୍ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଇଥିଲା ।

ଏଏନଆଇର ରିପୋର୍ଟ ଅନୁସାରେ, ପାଣ୍ଡ୍ୟା ଏବେ ଆଗ ଅପେକ୍ଷା ଭଲ ଅଛନ୍ତି । କୌଣସି ସମସ୍ୟା ନାହିଁ । ତାଙ୍କ ହାତର ସ୍କାନ ଓ ଏକ୍ସ-ରେ କରାଯାଇଥିଲା । ମ୍ୟାନେଜମେଣ୍ଟ କୌଣସି ରିସ୍କ ନେବାକୁ ଚାହୁଁନଥିଲା । ତେଣୁ ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲା ।

ପାକିସ୍ତାନ ବିପକ୍ଷ ମୁକାବିଲାରେ ପାଣ୍ଡ୍ୟା କିଛି କରିସ୍ମା କରିପାରି ନଥିଲେ । ଯେତେବେଳେ ଅଧିକ ରନ୍ ଦରକାର ଥିଲା ସେତେବେଳେ ସେ ୮ ବଲରୁ ମାତ୍ର ୧୧ ରନ୍ କରିପାରିଥିଲେ । ହାରିସ୍ ରଉଫ ତାଙ୍କ ଓ୍ୱିକେଟ୍ ନେଇଥିଲେ ।

ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ମଧ୍ୟ ପାଣ୍ଡ୍ୟାଙ୍କ ଫିଟନେଶ୍ ଉପରେ ପ୍ରଶ୍ନ କରାଯାଇଥିଲା । ସେ ନିଜେ ମ୍ୟାଚରେ ବୋଲିଂ କରିବେ ନାହିଁ କିନ୍ତୁ ନକଆଉଟ୍ ମୁକାବିଲାରେ ବୋଲିଂ କରିବେ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.