Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସର୍ଜରୀ ସଫଳ, ଟିମ୍ କୁ ଫେରିବା ସମ୍ପର୍କରେ କ’ଣ କହିଲେ ଜାଣନ୍ତୁ

5/10/2019 at 6:29 PM

ଫିଟନେସ୍ ସମସ୍ୟା ଯୋଗୁ ନିକଟରେ ପିଠିରେ ସର୍ଜରୀ କରିଥିବା ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରେଶନ ସଫଳ ହୋଇଛି। ଖୁବ ଶୀଘ୍ର ସେ ଫିଲ୍ଡରେ ପୁଣି ହାଜର ହେବେ ବୋଲି ଆଶାପ୍ରକାଶ କରିଛନ୍ତି। ପାଣ୍ଡ୍ୟା ଇଂଲଣ୍ଡର ଏକ ହସ୍ପିଟାଲରେ ତାଙ୍କର ଏହି ସର୍ଜରୀ କରାଇଛନ୍ତି। ଗତ ଏସିଆ କପ୍ ବେଳେ ଅଣ୍ଟାରେ ଆଘାତ ଯୋଗୁ ସେ ମ୍ୟାଚ୍ ଅଧାରୁ ଟିମ୍ ରୁ ବାହାରି ଯାଇଥିଲେ। କେବଳ ଏତିକି ନୁହେଁ ଫିଟନେସ ସମସ୍ୟା ଯୋଗୁ ମଝିରେ ମଝିରେ ତାଙ୍କୁ ବିଭିନ୍ନ ସିରିଜରୁ ମଧ୍ୟ ଦୂରେଇ ରହିବାକୁ ପଡୁଥିଲା।

ପାଣ୍ଡ୍ୟା ଶାରୀରିକ ସମସ୍ୟା ଲାଗି ବ୍ରିଟିଶ ଡାକ୍ତରଙ୍କ ଟ୍ରିଟମେଣ୍ଟରେ ଥିଲେ। ଗତ ବୁଧବାର ସେ ଅପରେଶନ ଲାଗି  ଲଣ୍ଡନ ଯାଇଥିଲେ। ଇତିମଧ୍ୟରେ ତାଙ୍କର ଅସ୍ତ୍ରୋପଚାର ଶେଷହୋଇଥିବା ବେଳେ ଏହା ସଫଳ ହୋଇଥିବା ପାଣ୍ଡ୍ୟା ଶନିବାର ତାଙ୍କ ଇଂଷ୍ଟା   ଆକାଉଣ୍ଟରେ ସୂଚିତ କରିଛନ୍ତି। ତେବେ ଟିମ୍ ଇଣ୍ଡିଆର କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହନ୍ତି ଅନ୍ୟ ଖେଳାଳି ମଧ୍ୟ ଅନଫିଟ୍ ଯୋଗୁ ଏବେ ଟିମ୍ ରୁ ବାହାରେ ରହିଛନ୍ତି।

ପାଣ୍ଡ୍ୟାଙ୍କ ପରେ ଜସପ୍ରିତ ବୁମରାହ ମଧ୍ୟ ଏଭଳି ସମସ୍ୟାରେ ପଡିଛନ୍ତି । ତେବେ ଆଗାମୀ ମାସରେ ପାଣ୍ଡ୍ୟା ଟିମକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା ବ୍ୟକ୍ତ କରିଛନ୍ତି। ବିସିସିଆଇଙ୍କ ଜନୈକ ଅଧିକାରୀଙ୍କ ଅନୁସାରେ ପାଣ୍ଡ୍ୟା ଫିଟ୍ ରହିବାକୁ ଅନେକ ଉଦ୍ୟମ କରିଥିଲେ। ଏଥିଲାଗି ସେ ୱେଷ୍ଟଇଣ୍ଡିଜ୍ ଟୁର ବି ଟାଳିଥିଲେ। ତେବେ ଦକ୍ଷିଣ ଆଫ୍ରିକା ବିରୋଧରେ ଯେତେବେଳେ ଟି-୨୦ ସିରିଜ ଖେଳିବା ଲାଗି ମୈଦାନକୁ ଓହ୍ଲାଇଲେ ପିଠି ଯନ୍ତ୍ରଣା ତାଙ୍କୁ ଅସ୍ତବ୍ୟସ୍ତ କରିଥିଲା। ତେବେ ଅପରେଶନ ସଫଳ ହୋଇଥିବାରୁ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ସୂଚନା ତାଙ୍କ ଫ୍ୟାନଙ୍କୁ ବେଶ୍ ଉତ୍ସାହିତ କରିଛି।

   Related Posts