ଫ୍ୟାନ୍‌ଙ୍କୁ ପୁଣି ସରପ୍ରାଇଜ୍: ବାପା ହେବାକୁ ଯାଉଛନ୍ତି ପାଣ୍ଡ୍ୟା, ନତାଶାଙ୍କ ସହ ସେୟାର କଲେ ଫଟୋ

Published By : Prameya-News7 Bureau | May 31, 2020 IST

ମୁମ୍ବାଇ, ୩୧|୦୫:  ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ବାପା ହେବାକୁ ଯାଉଛନ୍ତି । ଏହି ଖୁସି କବର ବାବଦରେ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହାସହ ସେ ନାତାଶାଙ୍କ ସହ ଫଟୋ ମଧ୍ୟ ସେୟାର କରିଛନ୍ତି ।

ପାଣ୍ଡ୍ୟା ଲେଖିଛନ୍ତି ଯେ, ସେମାନେ ତାଙ୍କ ଜୀବନରେ ଆଉ ଏକ ନୂଆ ଜୀବନକୁ ସ୍ୱାଗତ କରିବାକୁ ଯାଉଛନ୍ତି।ଏଥିପାଇଁ ସେ ଉତ୍ସାହିତ ଅଛନ୍ତି ।ଏହାସହ ସେ ଓ ନାତାଶା ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଘୋଷଣା କରିଛନ୍ତି ।

{"id":279205,"width":825,"height":606,"sizeSlug":"large"}

ପାଣ୍ଡ୍ୟା ଚଳିତ ବର୍ଷର ଆରମ୍ଭରେ ନିଜ ଫ୍ୟାନଙ୍କୁ ଚକିତ କଲା ଭଳି ଖୁସି ଖବର ଦେଇଥିଲେ । ସେ ନୂଆ ବର୍ଷର ଆରମ୍ଭରେ ଫିଲ୍ମ ଷ୍ଟାଇଲରେ ସମୁଦ୍ର ମଝିରେ ନାତାଶାଙ୍କ ସହ ନିର୍ବନ୍ଧ କରିଥିଲେ ।

ବଲିଉଡ୍ ଅଭିନେତ୍ରୀ ତଥା ଡ୍ୟାନସର୍ ନାତାଶା ମୂଳତଃ ସର୍ବିୟାରେ ରୁହନ୍ତି । ସେ ନଚ ବଲିଏ ଟିଭି ସୋରେ ନଜର ଆସି ସାରିଛନ୍ତି । ପାଣ୍ଡ୍ୟା ତାଙ୍କ ପାଇଁ ଭୋଟ୍ ମଧ୍ୟ ମାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.