ହାର୍ଦ୍ଦିକ ପାଣ୍ଡ୍ୟା ଏହି ଖେଳାଳିଙ୍କୁ ଦେଲେ ନିଜର ‘ମ୍ୟାନ୍ ଅଫ ଦ ସିରିଜ୍ ଆଓ୍ଵାର୍ଡ’, କହିଲେ- ଆପଣ ଏହାର ହକଦାର

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଦମଦାର ପ୍ରଦର୍ଶନ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ  ହୋଇଛନ୍ତି। ଏହା ପରେ ପାଣ୍ଡ୍ୟା କହିଛନ୍ତି ଯେ, ଦ୍ରୁତ ବୋଲର ଟି ନଟରାଜନ ନିଜର ଦମଦାର ବୋଲିଂ ପାଇଁ ଏହି ପୁରସ୍କାରର ଅସଲ ହକଦାର। ତାମିଲନାଡୁର ୨୯ ବର୍ଷୀୟ ଦ୍ରୁତ ବୋଲର ନଟରାଜନ କାନବେରାରେ ତୃତୀୟ ଦିନିକିଆ ମ୍ୟାଚ୍‌ରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାପର୍ଣ କରିଥିଲେ। ସେ ଅଦ୍ୟାବଧି ୪ଟି ମ୍ୟାଚ୍‌ରୁ ୮ ଓ୍ଵିକେଟ୍ ନେଇଛନ୍ତି।

ପାଣ୍ଡ୍ୟା ଟ୍ଵିଟ୍ କରିଛନ୍ତି ଯେ, ଏହି ସିରିଜ୍‌ରେ ନଟରାଜନ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଭାରତ ପକ୍ଷରୁ ପଦାର୍ପଣ କରି ମୁସ୍କିଲ ପରିସ୍ଥିତିରେ ଉନ୍ନତ ପ୍ରଦର୍ଶନ କରିବା ଆପଣଙ୍କ ପ୍ରତିଭା ଓ କଠୋର ପରିଶ୍ରମରୁ ଜଣା ପଡେ। ମୋ ମତରେ ଭାଇ ଆପଣ ମ୍ୟାନ୍‌ ଅଫ୍ ଦ ମ୍ୟାଚ୍‌ର ପ୍ରକୃତ ହକଦାର। ଭାରତୀୟ ଦଳର ବିଜୟ ପାଇଁ ଅଭିନନ୍ଦନ।

wp:html /wp:html

ନଟରାଜନ ତୃତୀୟ ଟି-୨୦ରେ ଚାରି ଓଭରରେ ୩୩ ରନ ଦେଇ ଏକ ଓ୍ଵିକେଟ୍ ନେଇଥିଲେ। ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୨-୧ରେ ଜିତି ନେଇଛି। ନଟରାଜନ ପ୍ରଥମ ଟି-୨୦ରେ ୩ ଓ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଦୁଇଟି ଓ୍ଵିକେଟ୍ ନେଇଥିଲେ। ସେ ତୃତୀୟ ଦିନିକିଆରେ ୨ଟି ସଫଳତା ପାଇଥିଲେ। ଭାରତ ଉକ୍ତ ଦିନିକିଆରେ ୧୩ ରନରେ ବିଜୟୀ ହୋଇଥିଲା। ପ୍ରଥମେ ଟନରାଜନଙ୍କୁ ଟି-୨୦ ଦଳ ପାଇଁ ଚୟନ କରାଯାଇଥିଲା। ମାତ୍ର ପରେ ନବଦୀପ ସାଇନିଙ୍କ ବ୍ୟାକଅପ୍ ରୂପେ ଦିନିକିଆ ଟିମ୍‌ରେ ସାମିଲ କରାଯାଇଥିଲା। ସାଇନି ସିରିଜ୍ ପୂର୍ବରୁ ପିଠି ଯନ୍ତ୍ରଣା ସମସ୍ୟା ଦେଇ ଗତି କରୁଥିଲେ। ପ୍ରଥମ ଦୁଇଟି ଦିନିକିଆରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.