ପରଲୋକରେ ହାର୍ଦ୍ଦିକ ଓ କୃଣାଲ ପାଣ୍ଡ୍ୟାଙ୍କ ପିତା, ହୃଦଘାତରେ ଚାଲିଗଲା ଜୀବନ

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ,୧୬/୦୧: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଲ ପାଣ୍ଡ୍ୟାଙ୍କ ପିତା ହୃଦଘାତରେ ପ୍ରାଣ ହରାଇଛନ୍ତି । ଉଭୟ ହାର୍ଦ୍ଦିକ ଓ କୃଣାଲ ଏବେ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଖେଳୁଛନ୍ତି । ପିତାଙ୍କ ମୃତ୍ୟୁ ଖବର ପାଇବା ପରେ ପାଣ୍ଡ୍ୟା ଭ୍ରାତା ଘର ଅଭିମୁଖେ ଗସ୍ତ କରିଛନ୍ତି ।

ବରୋଦାର ଅଧିନାୟକ କୃଣାଲ ପାଣ୍ୟା ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପରିବାର ସହ ଏକ ସଙ୍କଟ ସମୟରେ ରହିବା ପାଇଁ ଦଳର ବାୟୋ ବବଲ ଛାଡି ଦେଇଥିଲେ । ଏବେ ଦୁଇ ଭାଇ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟ୍ରଫି ଖେଳୁଛନ୍ତି ।

ବରୋଦା କ୍ରିକେଟ ଆସୋସିଏସନର ସିଇଓ ଶିଶିର ହଟ୍ଟଗଡି କହିଛନ୍ତି ଯେ, କୃଣାଲ ଦଳର ବାୟୋ ବବଲ ଛାଡିଛନ୍ତି । ଏହା ତାଙ୍କ ପାଇଁ ଓ ପରିବାର ପାଇଁ ଦୁଃଖର ସମୟ । ବରୋଦା କ୍ରିକେଟ ଆସୋସିଏସନ ପାଣ୍ଡ୍ୟା ଭ୍ରାତାଙ୍କ ପିତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.