ସାମ୍ନାକୁ ଆସିଲେ ରୋମାଣ୍ଟିକ୍ କ୍ରିକେଟର୍ ହାର୍ଦ୍ଦିକଙ୍କ ପୂର୍ବତନ ପ୍ରେମିକା, କହିଲେ ୫ ମାସ ତଳର ଫଟୋର କଥା
6/06/2020 at 3:52 PM

ନୂଆଦିଲ୍ଲୀ, ୦୬|୦୬: ଭାରତୀୟ କ୍ରିକେଟ ଦଳର ଅଧିନାୟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଚଳିତ ବର୍ଷର ଆରମ୍ଭରେ ସେ ବଲିଉଡ୍ ଅଭିନେତ୍ରୀ ନତାଶାଙ୍କ ସହ ନିର୍ବନ୍ଧ କରିଥିଲେ । ଏବେ ସେ ପିତା ହେବେ ବୋଲି କହିବା ସହ ନତାଶା ଓ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ ।
ଗତ ବର୍ଷ କିନ୍ତୁ ପାଣ୍ଡ୍ୟାଙ୍କ ନାମ ଅନେକ ମଡେଲ୍ ଓ ଅଭିନେତ୍ରୀଙ୍କ ସହ ଯୋଡାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଏଲି ଅବରାମ୍ । ମିକି ଭାଇରସ ଚଳଚିତ୍ରରେ କାମ କରିଥିବା ଏଲି ଓ ପାଣ୍ଡ୍ୟାଙ୍କ ପ୍ରେମ ସମ୍ପର୍କ ଦୀର୍ଘଦିନ ଧରି ଚାଲିଥିଲା । ପାଣ୍ଡ୍ୟାଙ୍କ ନିର୍ବନ୍ଧ ଉପରେ ଏଲି କିଛି କହିନଥିଲେ । କିନ୍ତୁ ଏବେ ସେ ଏକ ଫଟୋ ସେୟାର କରିଛନ୍ତି । ଏହାକୁ ସେ ପାଣ୍ଡ୍ୟାଙ୍କ ପାଇଁ ପୋଷ୍ଟ କରିଥିବା କୁହାଯାଉଛି । କିନ୍ତୁ ଏହି ଫଟୋ ଏଲି କଣ ପାଇଁ ପୋଷ୍ଟ୍ କରିଛନ୍ତି ସେନେଇ ସଫେଇ ଦେଇଛନ୍ତି ।
ଏହାପୂର୍ବରୁ ଜାନୁଆରୀରେ ଏଲି ଏକ ଫଟୋ ପୋଷ୍ଟ୍ କରିଥିଲେ । ଯେଉଁଥିରେ ସେ ଏକା ରହିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି ୟେ, ଏବେ ନିଜେ ନିଜର ସାହାରା ହେବାକୁ ପଡିବ । ସୋସିଆଲ ମିଡିଆ ୟୁଜର ଏଲି ପାଣ୍ଡ୍ୟାଙ୍କ ପାଇଁ ଏପରି କହିଥିବା କମେଣ୍ଟ୍ ଦେଇଥିଲେ । ଏବେ ଏଲି କହିଛନ୍ତି ଯେ, ସେହି ଫଟୋ ସହ ପାଣ୍ଡ୍ୟାଙ୍କ କୌଣସି ସମ୍ପର୍କ ନାହିଁ । ଏହି ପୋଷ୍ଟକୁ ୟୁଜର ଏପରି ଭାବେ ନେବେ ସେ କେବେ ଭାବିନଥିଲେ । ୟୁଜର ଏହାକୁ ବଢାଇଚଢାଇ କହିଛନ୍ତି । ହାର୍ଦ୍ଦିକଙ୍କୁ କିଛି କହିବାକୁ ହେଲେ ସେ ମେସେଜ କରିପାରିବେ । ଏଥିପାଇଁ ଇନଷ୍ଟାଗ୍ରାମର ଆବଶ୍ୟକତା ନାହିଁ ।
ସୂଚନାଯୋଗ୍ୟ, ଏଲି ହାର୍ଦ୍ଦିକଙ୍କ ଭାଇ କୃଣାଲ ପାଣ୍ଡ୍ୟାଙ୍କ ବିବାହ ଭୋଜିରେ ଖାସ୍ ଅତିଥି ଭାବେ ଯୋଗ ଦେଇଥିଲେ । ହାର୍ଦ୍ଦିକ ଓ ଏଲି ଅନେକ ଥର ଏକାଠି ଡିନର କରିବା ସହ ଉଭୟଙ୍କୁ ଏକତ୍ର ଅନେକ ସମୟରେ ଦେଖିବାକୁ ମିଳିଥିଲା ।