Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଝଡ ପରି ବହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ମାରିଲେ ୨୦ ଛକା, ୫୫ ବଲରେ ଖେଳିଲେ ୧୫୮ ରନର ବିସ୍ଫୋରକ ଇନିଂସ

6/03/2020 at 2:47 PM

ନଭି ମୁମ୍ବାଇ ୦୬।୦୩- ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ନିଜର ବ୍ୟାଟରେ ଧମାଲ କରିଛନ୍ତି। ଏହି ଅଲରାଉଣ୍ଡର ଡିଓ୍ଵାଇଭି ପାଟିଲ ଟ-୨୦ କପରେ ଆଉ ଏକ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଏହି ମ୍ୟାଚରେ ଛକାର ବର୍ଷା କରିଛନ୍ତି। ଗୋଟିଏ କି ଦୁଇଟି କିମ୍ଵା ୧୦ଟି ନୁହଁ ୨୦ଟି ଛକା ସହାୟତାରେ ଅପରାଜିତ ୧୫୮ ରନର ଧୂଆଁଧାର ଇନିଂସ ଖେଳିଛନ୍ତି।

ଡିଓ୍ଵାଇ ପାଟିଲ ଟି-୨୦ କପର ସେମି ଫାଇନାଲରେ ଶୁକ୍ରବାର ୨୬ ବର୍ଷୀୟ ପାଣ୍ଡ୍ୟା ରିଲାୟନ୍ସ ଓ୍ଵାନ ପକ୍ଷରୁ ଖେଳି ବିପିସିଏଲ ବିପକ୍ଷରେ ମାତ୍ର ୫୫ ବଲରୁ ଅପରାଜିତ ୧୫୮ ରନର ବିଧ୍ଵଂସ ପାଳି ଖେଳିଛନ୍ତି। ପାଣ୍ଡ୍ୟାଙ୍କ ଏହି ପାଳି ସହାୟତାରେ ରିଲାୟନ୍ସ ଓ୍ଵାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ୨୩୮ ରନର ବିଶାଳ ସ୍କୋର କରି ପାରିଥିଲା। ପାଣ୍ଡ୍ୟା ନିଜର ଏହି ବ୍ୟାଟିଂରେ ୨୦ ଛକା ଓ ୪ ଚୌକା ମାରିଥିଲେ।

ଆହାତଜନିତ ସମସ୍ୟାରୁ ମୁକୁଳିଥିବା ଏହି ଭାରତୀୟ ଅଲରାଉଣ୍ଡର ଏହା ପୂର୍ବରୁ ମଙ୍ଗଳବାର ୩୯ ବଲରୁ ୧୦୫ ରନ ବିସ୍ଫୋରକର ଇନିଂସ ଖେଳିଥିଲେ। ପାଣ୍ଡ୍ୟାଙ୍କ ଏହି ଧୂଆଁଧାର ବ୍ୟାଟିଂ ବଳରେ ରିଲାୟନ୍ସ ଓ୍ଵାନ ଡିଓ୍ଵାଇ ପାଟିଲ ଟି-୨୦ କପରେ ସିଏଜି ଦଳକୁ ୧୦୧ରନ ବଡ ବ୍ୟବଧାନରେ  ପରାସ୍ତ କରିଥିଲା।

ପାଣ୍ଡ୍ୟାଙ୍କୁ ପାଞ୍ଚ ମାସ ପୂର୍ବରୁ ଅଣ୍ଟାରେ ଆଘାତ ଲାଗିଥିଲା। ଏହା ପରେ ସେ ଲଣ୍ଡନରେ ସର୍ଜରୀ କରିଥିଲେ। ଏବେ ସେ ନିଜର ଦମଦାର ଫର୍ମ ଜରିଆରେ ଭାରତୀୟ ଦଳକୁ ଫେରିବା ଲାଗି ନିଜର ଦାବି ଉପସ୍ଥାପନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ତାଙ୍କୁ ଦଳରେ ଚୟନ କରାଯିବା ନିଶ୍ଚିତ ଲାଗୁଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୨ରେ ଖେଳାଯିବ।

   Related Posts