'ଟିମ୍ ଇଣ୍ଡିଆକୁ ଦରକାର ଅଲରାଉଣ୍ଡର, ମୋ ଭାଇ କୃଣାଲଙ୍କୁ କାହିଁକି ଦିଆଯାଉନି ସୁଯୋଗ ?', ଏମିତି କାହିଁକି କହିଲେ ହାର୍ଦ୍ଦିକ

Published By : Prameya-News7 Bureau | November 28, 2020 IST

ସିଡନୀ,୨୮/୧୧: ସିଡନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ୬୬ ରନରେ ପରାସ୍ତ ହୋଇଛି । ଏହି ମୁକାବିଲାରେ ଶିଖର ଧାଓ୍ୱନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଏହା ସତ୍ତ୍ୱେ ଦଳ ମ୍ୟାଚ୍ ହାରିଥିଲା । ମ୍ୟାଚ୍ ପରେ ହାର୍ଦ୍ଦିକ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ତାଙ୍କୁ ଠିକ୍ ଲାଗିଲେ ସେ ବୋଲିଂ କରିବେ । ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । କିନ୍ତୁ ଭାରତକୁ ଆହୁରି ଶକ୍ତିଶାଳୀ ବୋଲର ଆବଶ୍ୟକ । କାରଣ ସେ ଏବେ ବୋଲିଂ କରିପାରୁ ନାହାଁନ୍ତି । ପିଠିରେ ହୋଇଥିବା ଅସ୍ତ୍ରୋପଚାର ପରେ ସେ କେବଳ ବ୍ୟାଟିଂ କରୁଛନ୍ତି । ଦଳ ଅଲରାଉଣ୍ଡରଙ୍କୁ ଆବଶ୍ୟକ କରୁଛି । ପ୍ରଥମ ଦିନିକିଆରେ ଦଳରେ ବୋଲରଙ୍କ ଅଭାବ ପରିଲକ୍ଷିତ ହୋଇଥିଲା ।

{"id":368828,"sizeSlug":"large"}

ମ୍ୟାଚରେ ୭୬ ବଲରୁ ଦ୍ରୁତ ୯୦ ରନ୍ ସ୍କୋର କରିଥିବା ପାଣ୍ଡ୍ୟା କହିଛନ୍ତି ଯେ, ସେ ଏବେ ବୋଲିଂ ଅଭ୍ୟାସ କରୁଛନ୍ତି । ଠିକ୍ ସମୟ ଆସିଲେ ସେ ଦଳ ପାଇଁ ବୋଲିଂ କରିବେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୭୪ ରନ୍ କରିଥିଲା । ୩୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ପାଇଁ ସମସ୍ତଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ବିଭିନ୍ନ ବିକଳ୍ପ ଉପରେ ବିଚାର କରିବାକୁ ହେବ । ସେହିପରି ଷଷ୍ଠ ବୋଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏପରି ହେଲେ କୃଣାଲ ପାଣ୍ଡ୍ୟାଙ୍କ ଦଳରେ ସ୍ଥାନ ମିଳିଲେ ଅଭାବ ପୂରଣ ହୋଇଯିବ । ସେ ସ୍ପିନର୍ ଓ ଭଲ ବ୍ୟାଟସମ୍ୟାନ୍ ମଧ୍ୟ । ଦଳ ଏହା ଉପରେ ବିଚାର କରିବ ବୋଲି କହିଛନ୍ତି ଅଲରାଉଣ୍ଡର ପାଣ୍ଡ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.