Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଆଇପିଏଲ ଫାଇନାଲରେ ବୋଲିଂ କରିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା ! ଜାଣନ୍ତୁ କାହିଁକି…

10/11/2020 at 4:27 PM

ଦୁବାଇ, ୧୦୧୧:   ମଙ୍ଗଳବାର ଆଇପିଏଲ-୨୦୨୦ ଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ମ୍ୟାଚରେ କିନ୍ତୁ ବୋଲିଂ କରିବେ ନାହିଁ ମୁମ୍ବାଇର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କାରଣ ସେ ବୋଲିଂକୁ ନେଇ ଏତେ ସହଜ ମନେ କରୁନାହାଁନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ।

ରୋହିତ କହିଛନ୍ତି ଯେ, ବୋଲିଂ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଛାଡି ଦିଆଯାଇଛି । ଏମିତି ବି ସେ ବୋଲିଂକୁ ନେଇ ସନ୍ତୁଷ୍ଟ ନାହାଁନ୍ତି । ଯଦି ତାଙ୍କୁ ଲାଗେ କି ସେ ବୋଲିଂ କରିପାରିବେ ତେବେ କିଏ ମନା କରିବେ ନାହିଁ । କିନ୍ତୁ ହାର୍ଦ୍ଦିକଙ୍କ ପେଟରେ ଆଘାତ ଲାଗିଛି । ତେଣୁ ସେ ବୋଲିଂ କରିପାରିବେ ନାହିଁ ।

ରୋହିତ ଆହୁରି କହିଛନ୍ତି ଯେ, ଏହା ଫାଇନାଲ ମୁକାବିଲା । ଟିମ୍ ମ୍ୟାନେଜମଣ୍ଟ କୌଣସି ଖେଳାଳିଙ୍କ ଉପରେ ଚାପ ପକାଇବାକୁ ଚାହୁଁନାହିଁ । କାରଣ ଏପରି କଲେ ଖେଳାଳିଙ୍କ ମନୋବଳ ହ୍ରାସ ପାଇବ । ସେମାନେ ପଡିଆରେ ନିଜର ସ୍ୱାଭାବିକ ଖେଳ ପ୍ରଦର୍ଶନ କରିପାରିବେ ନାହିଁ । ହାର୍ଦ୍ଦିକ ଚଳିତ ସିଜିନରେ ବହୁତ କମ୍ ମ୍ୟାଚରେ ବୋଲିଂ କରିଛନ୍ତି । ତେବେ ସେ ଆକର୍ଷଣୀୟ ବ୍ୟାଟିଂ କରିଛନ୍ତି । ଏପରିକି ମୁମ୍ବାଇ ପାଇଁ ଅନେକ ଧୂଆଧାର ପାଳି ଖେଳିଛନ୍ତି ।

ଆଇପିଏଲ-୨୦୨୦ର ଫାଇନାଲ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ । ମୁମ୍ବାଇ ୫ମ ଥର ପାଇଁ ବିଜେତା ହେବାକୁ ପ୍ରାୟସ କରିବ । ତେବେ ଦିଲ୍ଲୀ ମଧ୍ୟ ନିଜର ପ୍ରଥମ ଟ୍ରଫି ଜିତିବା ପାଉଁ ଉଦ୍ୟମ କରିବ । ଦିଲ୍ଲୀ ଆଇପିଏଲର ୧୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ସ୍ଥାନ ପକ୍କା କରିଛି । 

   Related Posts