ହାର୍ଡକୋର ମିଲିସିଆକୁ ଗିରଫ କଲା କୋରାପୁଟ ପୋଲିସ

Published By : Prameya-News7 Bureau | April 27, 2019 IST

ଜୟପୁର ୨୭|୪: କୋରାପୁଟ ନନ୍ଦପୁର ଅଞ୍ଚଳରୁ ହାର୍ଡକୋର ମିଲିସିଆକୁ ଗିରଫ କରିଛି କୋରାପୁଟ ପୋଲିସ । ହାର୍ଡକୋର ମିଲିସିଆ ହେଉଛନ୍ତି ଜୟରାମ ଖିଲ୍ଲା। ପଡୱା ଥାନା ଅନ୍ତର୍ଗତ ହାତିବାରୀ ପଞ୍ଚୟତ ସରପଞ୍ଚ ଜଗନ୍ନାଥ ଖାରା ହତ୍ୟା ମାଲାରେ ସେ ସମ୍ପୃକ୍ତ ଥିଲା ବୋଲି ପୋଲିସ କହିଛି। ଆଜି ଜୟରାମଙ୍କୁ କୋର୍ଟକୁ ଚାଲାଣ କରାଯିବ । ଆନ୍ଧ୍ରରେ ଟିଡିପି ବିଧାୟକଙ୍କ ହତ୍ୟା ଘଟଣାରେ ଜୟରାମ ମଧ୍ୟ ସମ୍ପୃକ୍ତ ଥିଲା ବୋଲି ପୋଲିସ କହିଛି । ଜୟରାମଙ୍କ ଗିରଫଦାରି ନେଇ ଏନଆଇଏକୁ ଅବଗତ କରିଛି ପୋଲିସ । ଅଧିକ ପଚରାଉଚରା ପାଇଁ ଏନଆଇଏ ଜୟରାମଙ୍କୁ ରିମାଣ୍ଡରେ ନେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.