ପୋଲିସ-ମାଓବାଦୀ ଗୁଳିବିନିମୟ, ହାର୍ଡକୋର ମାଓବାଦୀ ମୃତ ସୂଚନା

Published By : Prameya-News7 Bureau | July 01, 2021 IST

ମାଲକାନଗିରି ୧।୭: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହରାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଯବାନମାନେ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ମୃତ ମାଓବାଦୀ ହେଉଛନ୍ତି ମାଓବାଦୀଙ୍କ ପିଏଲଜିଏ କମାଣ୍ଡର ଜଗା । ଛତିଶଗଡ ସରକାର ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।  

{"id":474088,"width":746,"height":708,"sizeSlug":"large","linkDestination":"none"}

ଦରଭା ଜଙ୍ଗଲ ଭିତରେ ମାଓବାଦୀମାନେ ଏକ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଡିଆରଜିବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ ।  ଉଭୟ ଯବାନ ଓ ମାଓବାଦୀ ମୁହାଁମୁହିଁ ହେବା ପରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାୟନ କରିଥିବା ବେଳେ ଯବାନମାନେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.