ହାର୍ଡକୋର୍ ମିଲିସିଆ ଡମ୍ବରୁ ଖିଲ ଗିରଫ

Published By : Prameya-News7 Bureau | February 08, 2019 IST

ନନ୍ଦପୁର ୮|୨: କୋରାପୁଟ ନନ୍ଦପୁର ଅଞ୍ଚଳରୁ ହାର୍ଡକୋର୍ ମିଲିସିଆ ଡମ୍ବରୁ ଖିଲ ଗିରଫ । କୋରାପୁଟ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ପରେ ଡମ୍ବରୁକୁ କୋରାପୁଟ ପୋଲିସ ଅଧିକ ତଦନ୍ତ ପାଇଁ ଏନଆଇଏକୁ ହସ୍ତାନ୍ତର କରିଛି । ମାଓବାଦୀ ଡମ୍ବୁର ଖିଲର ଘର ପାଡୁଆ ଥାନା ଅନ୍ତର୍ଗତ କୋଡିଖାଲ୍‌ । ଦୁଇ ଦିନ ତଳେ ପାଡୁଆ ପୋଲିସ ଗିରଫ କରି ପଚରା ଉଚରା ଜାରି ରଖିଥିଲା । ସୂଚନାଯୋଗ୍ୟ ଯେ କିଛି ମାସ ତଳେ ମାଓବାଦୀ ମାନେ ଏକ ହିଂସାକାଣ୍ଡ ଘଟାଇଥିଲେ । ଯେଉଁଥିରେ ଆନ୍ଧ୍ରପ୍ରଦେଶ ବିଧାୟକ ସର୍ବେଶ୍ଵର ରାଓ ଏବଂ ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଥିଲା ।  ବିଧାୟକଙ୍କ ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ଡମ୍ବରୁ ଖିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.