ଡିଆରଜି ବାହିନୀର ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ

Published By : Prameya-News7 Bureau | November 15, 2021 IST

ମାଲକାନଗିରି ୧୫।୧୧: ମାଲକାନଗିରି-ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ । ଛୋଟେ ଡଙ୍ଗର ଥାନା ଅନ୍ତର୍ଗତ ବହକର ଜଙ୍ଗଲରେ ନକ୍ସଲମାନେ ଏକ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି  ଡିଆରଜି ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି  ।

ସର୍ଚ୍ଚ ଅପରେସନ ବେଳେ  ଜଣେ ହାର୍ଡକୋର ମାଓବାଦୀଙ୍କ ମୃତଠାବ ହୋଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ ଜବତ ହୋଇଛି । ମୃତ ମାଓବାଦୀ ନକ୍ସଲପନ୍ଥୀଙ୍କ ୬ ନମ୍ବର କମ୍ପାନୀର ମାଓ କମାଣ୍ଡର ନୁରୁଟି ବୋଲି ନାରାୟଣପୁର ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.